Monday, April 13, 2026
36.6 C
Odisha

    ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର, ୯ଟି ସ୍ଥାନରେ ଚାଲିଛି ଖୋଳତାଡ଼

    ଆଗକୁ ପଢନ୍ତୁ

    ରାୟଗଡା : ଭିଜିଲାନ୍ସ ଜାଲରେ ଆଉ ଏକ ବଡ ମାଛ ଧରପଡ଼ିଛି । କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଛାନଭିନ କରୁଛି ଭିଜିଲାନ୍ସ । କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ । ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ ,ସରକାରୀ ଓ ବେସରକାରୀ ବାସ ଭବନ, ବାଲିଗୁଡା ,ନୟାଗଡ଼ ,ଦାରିଙ୍ଗବାଡ଼ି ଭୁବନେଶ୍ୱର,ଭଞ୍ଜନଗର ଓ ବ୍ରହ୍ମପୁର ରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି । ୯ଟି ସ୍ଥାନରେ ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.6 ° C
    36.6 °
    36.6 °
    20 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ