Wednesday, March 11, 2026
25.1 C
Odisha

    ଭୋଟର୍‌ ପରିଚୟପତ୍ର ଜନ୍ମ ତାରିଖ ନିରୂପଣର ପ୍ରାମାଣିକ ଦସ୍ତାବିଜ୍‌ ନୁହେଁ: ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ: ଜନ୍ମ ତାରିଖ ନିରୂପଣ ବା ବୟସ ପ୍ରମାଣ ପାଇଁ ଭୋଟର୍‌ ପରିଚୟପତ୍ର ଏକ ଉପଯୁକ୍ତ ପ୍ରାମାଣିକ ଦସ୍ତାବିଜ୍‌ ନୁହେଁ। ଏଣୁ ଭୋଟର୍‌ ପରିଚୟପତ୍ର କିମ୍ବା ଭୋଟର୍‌ ତାଲିକାରେ ରେକର୍ଡ ଜନ୍ମ ତାରିଖ ଆଧାରରେ ଜଣେ ବ୍ୟକ୍ତିଙ୍କ ଜନ୍ମ ତାରିଖ ନିରୂପଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଭୋଟର୍‌ ପରିଚୟପତ୍ରରେ ରହିଥିବା ଜନ୍ମ ତାରିଖ ଅନୁସାରେ ବୀମା ବାବଦ ଅର୍ଥ ଦାବିକୁ ଅଗ୍ରାହ୍ୟ କରି ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ତପସ୍ୱିନୀ ପଣ୍ଡାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏଥିସହ ଆବେଦନକାରୀଙ୍କୁ ଜୀବନବୀମା ପଲିସି ବାବଦ ଅର୍ଥ ୪ ସପ୍ତାହ ଭିତରେ ପ୍ରଦାନ କରିବାକୁ ଏଲଆଇସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୀମା ପଲିସି ସମ୍ପର୍କିତ ଫର୍ମ ସରଳ ହେବା ଉଚିତ। ନିରକ୍ଷର ବା ଅର୍ଧ ସାକ୍ଷର ପଲିସିଧାରୀଙ୍କ ତରଫରୁ ଭୁଲ ସୂଚନା ଦାଖଲ ପ୍ରସଙ୍ଗରେ ବୀମା ଏଜେଣ୍ଟ ଶୃଙ୍ଖଳିତ ହେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ମାମଲାରୁ ପ୍ରକାଶ ଯେ ଆବେଦନକାରୀଙ୍କ ବାପା ରଘୁନାଥ ନାୟକ ୩ ଟି ଜୀବନ ବୀମା ପଲିସି କରିଥିଲେ। ପଲିସିଧାରୀଙ୍କ ୨୦୧୨, ମାର୍ଚ୍ଚ ୧୫ରେ ମୃତ୍ୟୁ ହୋଇଥିଲା। ଏହାପରେ ଆବେଦନକାରୀ ବୀମା ପିଲିସି ବାବଦ ଅର୍ଥ ପାଇବାକୁ ଆବେଦନ କରିଥିଲେ। ତୃତୀୟ ପଲିସି ବାବଦ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା। ଭୋଟର୍‌ ପରିଚୟପତ୍ରରେ ରହିଥିବା ଜନ୍ମ ତାରିଖ ପଲିସିରେ ରହିଥିବା ତଥ୍ୟ ସହ ମେଳ ଖାଉନଥିବାରୁ ଏହି ପଲିସି ବାବଦ ଦାବି ୨୦୧୩, ମାର୍ଚ୍ଚ ୨୫ରେ ଅଗ୍ରାହ୍ୟ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    2.3kmh
    0 %
    Wed
    26 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ