Saturday, March 7, 2026
35.2 C
Odisha

    ମଣିଷକୁ ଅକାଳମୃତ୍ୟୁ ଆଡକୁ ଟାଣେ ଏହି କାର୍ଯ୍ୟ : ପ୍ରେମାନନ୍ଦ ଗୁରୁଜୀ

    ଆଗକୁ ପଢନ୍ତୁ

    ଅକାଳ ମୃତ୍ୟୁ ଯାହା ଅସମୟରେ ହୋଇଥାଏ, ଏହା ଅନେକ ସମୟରେ କୁଣ୍ଡଳୀର ଦୋଷ ଏବଂ ଅନେକ ସମୟରେ ଏହା ମଣିଷର ବ୍ୟବହାର ଓ ପ୍ରକୃତି ପାଇଁ ହୋଇଥାଏ l ଅନେକ ସମୟରେ କୁଣ୍ଡଳୀରେ ଯୋଗ ନଥାଇ ମଧ୍ୟ ମଣିଷ ଅକାଳ ମୃତ୍ୟୁର ସମୁଖୀନ ହୋଇଥାଏ l ଅନେକ ସମୟରେ ଏହା ଏହି ଜନ୍ମର କର୍ମ ମଧ୍ୟ ହୋଇଥାଏ l ଏହି ଅଭ୍ୟାସ ଅକାଳ ମୃତୁର କାରଣ –
    ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ –
    ସନ୍ଧ୍ୟା ସମୟରେ ଭୋଜନ, ଶୟନ, କଳହ, କ୍ଳେଶ ଦ୍ୱାରା ବ୍ୟକ୍ତିର ଅକାଳ ମୃତ୍ୟୁର ହୋଇଥାଏ l କାହିଁକିନା ସନ୍ଧ୍ୟା ସମୟ ଦେବତାଙ୍କ ସମୟ ଏବଂ ଏହି ସମୟରେ ପ୍ରଭୁଙ୍କୁ ଆରାଧନା କରିବା ଜରୁରୀ l
    ପର ସ୍ତ୍ରୀ ସହିତ ସମ୍ବନ୍ଧ –
    ପ୍ରେମାନନ୍ଦ ଗୁରୁଜୀଙ୍କ ମତରେ ଅନ୍ୟ ସ୍ତ୍ରୀ ସହିତ ସମ୍ବନ୍ଧ ପୁରୁଷର ଆୟୁ ହାନି କରିଥାଏ , କାହିଁକିନା ଏହା ପବିତ୍ର ବନ୍ଧନକୁ ନଷ୍ଟ କରିବାର କାରଣ ହୋଇଥାଏ ଏବଂ ଏହା ମଧ୍ୟ ଅକାଳ ମୃତ୍ୟୁର କାରଣ ଅଟେ l
    ସାଧୁ ସନ୍ଥଙ୍କ ଅପମାନ –
    ପ୍ରେମାନନ୍ଦ ମହାରାଜଙ୍କ ମତରେ ଜୀବନରେ ଯେଉଁ ବ୍ୟକ୍ତି ସାଧୁସନ୍ଥଙ୍କୁ ଅସମ୍ମାନ କରେ ଏବଂ ସେମାନଙ୍କୁ ହତାଦର କରେ ଏହା ଅକାଳ ମୃତୁର କାରଣ ହୋଇଥାଏ l ସାଧୁସନ୍ଥଙ୍କ ସହିତ ଗୁରୁଜନଙ୍କର ମଧ୍ୟ ସମ୍ମାନ କରିବା ଜରୁରୀ ଅଟେ l
    ଗର୍ଭଣି ମହିଳାର ଅପମାନ –
    ଯେଉଁ ବ୍ୟକ୍ତି ଗର୍ଭଣି ଗାଈ ଓ ଗର୍ଭଣି ମହିଳା ଙ୍କୁ ହତାଦର ଓ ଅସମ୍ମାନ କରିଥାଏ ତାର ଅସମୟରେ ମୃତ୍ୟୁ ହୋଇଥାଏ ଏବଂ ସେ ଅକାଳ ମୃତ୍ୟୁର ସମୁଖୀନ ହୋଇଥାଏ l
    ପୁଣ୍ୟ ତିଥି ଏବଂ ପୁଣ୍ୟ ଦିନ ର ଅସମ୍ମାନ କରିବା –
    ହିନ୍ଦୁ ଧର୍ମରେ ବିଶେଷ ଭାବରେ ତିଥି ଗୁଡିକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥାଏ, ଯେପରିକି ପୁର୍ଣିମା, ସଂକ୍ରାନ୍ତୀ , ତ୍ରୟୋଦଶୀ, ଅମାବାସ୍ୟା , ଏକାଦଶୀ ଇତ୍ୟାଦିକୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଯେଉଁ ବ୍ୟକ୍ତି ଏହି ଦିନ ଗୁଡିକର ଅସମ୍ମାନ କରିଥାଏ ତାର ଅକାଳ ମୃତ୍ୟୁ ହୋଇଥାଏ l
    ଅନ୍ୟର ଅସମ୍ମାନ କରିବା –
    ଆମେ ଯଦି ଅନ୍ୟକୁ ସମ୍ମାନ ଦେଇଥାଉ ଏହା ଭଗବାନଙ୍କର ସମ୍ମାନ ସହିତ ସମାନ ହୋଇଥାଏ l ଯେଉଁ ବ୍ୟକ୍ତି ବାଣୀ ଦ୍ୱାରା ଅନ୍ୟକୁ ଅପମାନିତ କରିଥାଏ, ଏହା ଇଶ୍ଵରଙ୍କର ଅପମାନ ହୋଇଥାଏ ଏବଂ ଏହା ଅକାଳ ମୃତ୍ୟୁର କାରଣ ଅଟେ l ତେଣୁ ବଚନ ସର୍ବଦା ମଧୁର ରଖିବା ଉଚିତ l 

    ନାସ୍ତିକତା –

    ଆଜିକାଲି ନାସ୍ତିକ ହେବା ଗୋଟିଏ ଫେସନ ହୋଇ ଯାଇଛି, ନାସ୍ତିକ ହେବା କୌଣସି ଖରାପ କଥା ନୁହେଁ, କିନ୍ତୁ ଅନ୍ୟର ଆସ୍ଥାକୁ ନେଇ ଟିପଣି ଦେବା ଅର୍ଥ ଈଶ୍ୱରଙ୍କ ଅପମାନ କରିବା ଏଭଳି କରିବା ଦ୍ୱାରା ଅକାଳ ମୃତ୍ୟୁର ଏହା କାରଣ ଅଟେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    21 %
    3.3kmh
    0 %
    Sat
    34 °
    Sun
    37 °
    Mon
    37 °
    Tue
    39 °
    Wed
    40 °

    ସମ୍ବନ୍ଧିତ