Saturday, July 27, 2024
24.6 C
Odisha

    ମଣିଷର ଆୟୁଷ ବଢ଼ାଇଥାଏ କଳାଅଣ୍ଡା, ଜାଣନ୍ତୁ ମିଳେ କେଉଁଠି ?

    ଆଗକୁ ପଢନ୍ତୁ

    ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା ।

    ଜାପାନର ମାଉଣ୍ଟ ହୋକେନ୍‌ରେ ରହିଛି ଓବାକୁଦାନୀ ନାମକ ଏକ ବଏଲିଂ ସେଣ୍ଟର । ବହୁ ବର୍ଷ ପୂର୍ବେ ଏହି ସହରର କିଛି ଦୂରରେ ଆଗ୍ନେୟଗିରିରେ ଲାଭା ଉଦ୍‌ଗିରଣ ପରେ ବଦଳି ଯାଇଥିଲା ଆଖପାଖ ଅଞ୍ଚଳର ସ୍ଥିତି । ସେତେବେଳେ ଅଗ୍ନି ଉଦ୍‌ଗିରଣ ଯୋଗୁ ଛୋଟବଡ଼ ଉଷ୍ମ ପ୍ରସବଣ ଭଳି ପୁସ୍କରିଣୀ ସୃଷ୍ଟି ହୋଇଥିଲା । ତେବେ ଏଠାକାର ସ୍ଥାନୀୟ ଅଧିବାସୀମାନେ ଏହି ଫୁଟନ୍ତା ପାଣିରେ ସାଧାରଣ ଅଣ୍ଡାକୁ ସିଝାଇଥାନ୍ତି, ଯାହା ସିଝିଗଲେ କଳା ରଙ୍ଗରେ ପରିଣତ ହୋଇଯାଏ ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶ୍ୱାସ ଅଛି ଯେ, ଏହି ପାଣିରେ ସିଝା ଯାଇଥିବା ଅଣ୍ଡାକୁ ଖାଇଲେ ଲୋକଙ୍କ ଆୟୁଷ ବଢିଯାଏ । ବାସ୍ତବରେ, ଏହି ପାଣିରେ ପ୍ରଚୁର ମାତ୍ରାରେ ସଲ୍ଫର ଭଳି କୃତ୍ରିମ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ରହିଥାଏ । ଏହି ପାଣିରେ ଅଣ୍ଡା ଶିଝାଇଲେ ଅଣ୍ଡାର ଖୋଳପା କଳା ପଡ଼ିଯାଇଥାଏ । ଏହାସହିତ ଅଣ୍ଡାର ସ୍ୱାଦ ବି ବଦଳିଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ