Sunday, January 25, 2026
28.9 C
Odisha

    ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମା ଗିରଫ

    ଆଗକୁ ପଢନ୍ତୁ

    ରାୟପୁର: ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମାଙ୍କୁ ଗିରଫ କରାଯାଇଛି । ଦୀର୍ଘ ଦିନର ପଚରାଉଚରା ପରେ ଇଡି କୱାସି ଲଖମାଙ୍କୁ ଗିରଫ କରିଛି ଇଡି। ବୁଧବାର ତାଙ୍କୁ ତୃତୀୟ ଥର ପାଇଁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଡକାଯାଇଥିଲା ଏବଂ ଏହି ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ମଦ ଦୁର୍ନୀତି ପଦାକୁ ଆସିବା ପରେ କବାସୀ ଲଖମା ସେତେବେଳେ କଂଗ୍ରେସ ସରକାରରେ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ । ୨ହଜାର କୋଟି ରୁ ଅଧିକ ଟଙ୍କାର ଛତିଶଗଡ଼ ମଦ ଦୁର୍ନୀତିର ତଦନ୍ତ କରୁଛି ଇଡି । ଏହି ମାମଲାରେ ଅନେକ ଅଭିଯୁକ୍ତ ଜେଲରେ ଅଛନ୍ତି ।ଏହି ଦୁର୍ନୀତିରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଛତିଶଗଡ଼ରେ ମଦ ଦୁର୍ନୀତି ନେଇ ଇଡିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିଲା। କୁହାଯାଉଛି ଯେ ଏହି ପୁରା ଘଟଣା ୨୦୧୯ରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ୨୦୨୨ ପର୍ଯ୍ୟନ୍ତ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ହୋଲୋଗ୍ରାମ ଲଗାଇ ବିପୁଳ ପରିମାଣରେ ବେଆଇନ ମଦ ବିକ୍ରି ହେଉଥିଲା । ଯେଉଁଥିପାଇଁ ଛତିଶଗଡ଼ର ରାଜସ୍ୱ ବିଭାଗକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।

    ଇଡି କହିଛି ଯେ ମଦକୁ ସ୍କାନିଂରୁ ରକ୍ଷା କରିବା ପାଇଁ ନକଲି ହୋଲୋଗ୍ରାମ ମଧ୍ୟ ଲଗାଯାଇଥିଲା ଯାହା ଦ୍ୱାରା ମଦକୁ କେହି ଧରି ପାରିବେ ନାହିଁ । ସୂଚନା ଅନୁଯାୟୀ, ମଦ ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିମାନେ ନକଲି ହୋଲୋଗ୍ରାମ ତିଆରି କରିବା ପାଇଁ ଉତ୍ତରପ୍ରଦେଶର ନୋଏଡାରେ ହୋଲୋଗ୍ରାଫି କାମ କରୁଥିବା ଏକ କମ୍ପାନୀକୁ ଟେଣ୍ଡର ଦେଇଥିଲେ । ଯଦିଓ ଏହି କମ୍ପାନୀ ଏହି ପ୍ରକ୍ରିୟା ପାଇଁ ଯୋଗ୍ୟ ନଥିଲା, କିନ୍ତୁ ନିୟମରେ ସଂଶୋଧନ କରିବା ପରେ ମଧ୍ୟ ସେହି କମ୍ପାନୀକୁ ଏହି ଟେଣ୍ଡର ଦିଆଯାଇଥିଲା । ଏହା ବଦଳରେ କମ୍ପାନି ମାଲିକଙ୍କଠାରୁ କମିଶନ ନିଆଯାଇଥିଲା।ନୋଏଡାର ଏହି କମ୍ପାନିର ମାଲିକଙ୍କ ନାମ ବିଧୁ ଗୁପ୍ତା ଥିଲା, ଯେତେବେଳେ ବିଧୁ ଗୁପ୍ତାଙ୍କୁ ଇଡି ଗିରଫ କରିଥିଲା,

    ସେତେବେଳେ ସେ ଅରୁଣ ପତି ଏବଂ ଅନୱର ଧେବରଙ୍କ ନାମ ନେଇଥିଲେ। ଯାହା ପରେ ଗୋଟିଏ ପରେ ଗୋଟିଏ ପୂରା ଘଟଣା ସାମ୍ନାକୁ ଆସିଥିଲା । ଏହି ମାମଲାରେ ଅନିଲ ଟୁଟେଜା, ଅନୱାର ଢେବର ଓ ଏପି ତ୍ରିପାଠୀଗିରଫ ହେବା ପରେ କାର୍ଯ୍ୟାନୁଷ୍ଠାନ ଆଗକୁ ବଢ଼ିବା ସହ କଂଗ୍ରେସ ବିଧାୟକ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ କବାସୀ ଲଖମାଙ୍କ ନାଁ ସାମ୍ନାକୁ ଆସିଥିଲା। ଡିସେମ୍ବର ୨୮ରେ ଇଡି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    19 %
    2.2kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ