Wednesday, July 22, 2026
25.3 C
Odisha

    ମଧ୍ୟାହ୍ନ ଭୋଜନ ପରେ ତୁରନ୍ତ ଏସିଡ଼ିଟି ସମସ୍ୟା ଦେଖା ଯାଉଛି କି ତେବେ ଖାଇ ନିଅନ୍ତୁ ଏହି ୪ଟି ଜିନିଷ

    ଆଗକୁ ପଢନ୍ତୁ

    ମଧ୍ୟାହ୍ନ ଭୋଜନ କରିବା କ୍ଷଣି ଗ୍ୟାସ ଓ ଏସିଡ଼ିଟିରେ ପୀଡିତ ହେଉଛନ୍ତି କି, ଖାଦ୍ୟ ଖାଉ ଖାଉ ଆମ୍ବିଳା ହେକୁଟି ଆସିବା, ପେଟରେ ଯନ୍ତ୍ରଣା ଅନୁଭବ ହେବା, ପେଟ ଫୁଲିଯିବା ସମସ୍ୟାର ସମୁଖୀନ ହେଉଛନ୍ତି କି ତାହେଲେ ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କଣ –
    – ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟରେ ଖୁବ କମ ସମୟର ଗ୍ୟାପ
    – ଖାଇବାର ତୁରନ୍ତ ପରେ ପାଣି ପିଇବା
    – ଖାଦ୍ୟକୁ ଠିକ ଭାବରେ ନଚୋବାଇ ତରବରରେ ଖାଇବା

    ଘରୋଇ ଉପାୟ କଣ –
    ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ନିୟମିତ ୧୦ ମିନିଟ ବଜ୍ରଆସନରେ ବସନ୍ତୁ , ଏହା ଆପଣଙ୍କ ଖାଦ୍ୟକୁ ହଜମ କରିବ।ଏହାଛଡା ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଧ୍ୟରେ ଅତି କମରେ ୪ ରୁ ୫ ଘଣ୍ଟା ବ୍ୟବଧାନ ରହିବା ଆବଶ୍ୟକ।

    ମଧ୍ୟାହ୍ନ ଭୋଜନ ପରେ ଖଣ୍ଡିଏ ଅଦାକୁ କଳରେ ଜାକନ୍ତୁ ଏବଂ ହାଲୁକା ହାଲୁକା ଦାନ୍ତରେ ଦାବି ଏହାର ରସକୁ ପିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଏସିଡ଼ିଟି ଗ୍ୟାସ ସମସ୍ୟା ଦୂର ହେବ ଏବଂ ଖାଦ୍ୟ ସହଜରେ ହଜମ ହେବ। ଅଦା ଆଣ୍ଟିଇମ୍ଫ୍ଲାମେସନ ଗୁଣରେ ଭରପୁର ଅଟେ, ତେଣୁ ଅଦା ଦେହ ପାଇଁ ଉପକାରୀ।

    ଖାଇବାର ୩୦ ମିନିଟ ପରେ ଅଧ କପ ଏଲୋଭେରା ଜୁସ ସେବନ କରନ୍ତୁ, ଏହା ହାର୍ଟ ବର୍ନ, ଗ୍ୟାସ ସମସ୍ୟାରୁ ଆରାମ ଦେବ ଏବଂ ପେଟରେ ଏସିଡ ପ୍ରଡକ୍ସନକୁ ଦୂର କରିବାରେ ସାହାଯ୍ୟ କରିବ।

    ଏସିଡ଼ିଟି ସମସ୍ୟାରେ ପାନମଧୁରୀ ଖୁବ ଉପକାରୀ, ପାନମଧୁରୀ ପେଟ ସମସ୍ୟା ପାଇଁ ରାମବାଣ ଅଟେ। ପ୍ରତିଦିନ ସକକୁ ଗୋଟିଏ ଗ୍ଲାସ ପାଣିରେ ଦୁଇଚାମଚ ପାନମଧୁରୀ ମିଶାଇ ବତୁରାଈ ଦିଅନ୍ତୁ ଏବଂ ମଧ୍ୟାହ୍ନ ଭୋଜନର ୩୦ ମିନିଟ ପରେ ଏହାକୁ ଛାଣି ସେବନ କରନ୍ତୁ। ଏହା ଦ୍ଵାରା ଏସିଡ଼ିଟି ସମସ୍ୟା ଦୂର ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    87 %
    3.1kmh
    100 %
    Wed
    26 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ