Wednesday, July 22, 2026
25.3 C
Odisha

    ଆଜି ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍, ପରୀକ୍ଷା ସଫଳ ହେଲେ ଉଡିବ ବିମାନ

    ଆଗକୁ ପଢନ୍ତୁ

    ମାଲକାନଗିରି : ଆଜି ମାଲକାନଗିରି ବିମାନବନ୍ଦରରେ ପରୀକ୍ଷାମୂଳକ ବିମାନ ଅବତରଣ କରାଯିବ । ଅପରାହ୍ନ ୨.୫୦ ରେ ଜୟପୁରରୁ ବାହାରି ୨.୨୦ ରେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବ । ପୁଣି ୨.୩୦ ରେ ମାଲକାନଗିରି ଏୟାରପୋର୍ଟ ରୁ ବାହାରି ୩.୦୦ ରେ ଜୟପୁରକୁ ବିମାନ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୋମବାର ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିମାନବନ୍ଦରର ବିସ୍ତୃତ ସୁରକ୍ଷା ଯାଞ୍ଚ କରାଯାଇଛି । ଏହି ପରୀକ୍ଷା ସଫଳ ହେଲେ ‘ଉଡାନ’ ଯୋଜନା ଅଧୀନରେ ଆସନ୍ତା ଏକ ମାସ ମଧ୍ୟରେ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବ ।

    ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି- ଜୟପୁର-ଭୁବନେଶ୍ୱରକୁ ବିମାନ ଚଳାଚଳ କରିବା ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ମଧ୍ଯ ବିମାନସେବା ସମ୍ପ୍ରସାରଣ କରାଯିବାର ଯୋଜନା ରହିଛି । ଏହି ବିମାନ ନବନ୍ଦରରେ ୧୬୦୦ ମିଟର ରନୱେ ଥିବା ବେଳେ ଭବିଷ୍ୟତରେ ଏହାକୁ ୩୦୦୦ ମିଟରକୁ ବିସ୍ତାର କରାଯିବ । ସୁରକ୍ଷା ବିଭାଗଗ ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଦାସ, ଏରୋ ସେଫ୍ ଗାର୍ଡର ସହକାର ନିର୍ଦ୍ଦେଶକ ନୀରଜ କୁମାର ନାୟକଙ୍କ ଉପସ୍ଥିତିରେ ରନୱେ, ଟର୍ମିନାଲ, ଲଗେଜ୍ ଏରିଆ ଓ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ତ୍ର ଯାଞ୍ଚ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.3 ° C
    25.3 °
    25.3 °
    87 %
    3.1kmh
    100 %
    Wed
    26 °
    Thu
    27 °
    Fri
    27 °
    Sat
    29 °
    Sun
    31 °

    ସମ୍ବନ୍ଧିତ