Friday, September 18, 2026
24.4 C
Odisha

    ମନୁଷ୍ୟ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ ବ୍ରହ୍ମକୁମାରୀମାନଙ୍କର ‘ଦୀର୍ଘସ୍ଥାୟିତ୍ୱ ପାଇଁ ଜୀବନଶୈଳୀ’ର ଏକ ଜାତୀୟ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ ।
    ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରକୃତି ମାତା ଆମକୁ ଦେଇଥିବା ପରିପୂର୍ଣ୍ଣ ସମ୍ପଦ ଯଥା- ଜଙ୍ଗଲ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ବର୍ଷା, ବାୟୁ- ଏସବୁ ଜୀବଜନ୍ତୁଙ୍କ ବଞ୍ଚିବା ପାଇଁ ଜରୁରୀ। କିନ୍ତୁ ମନୁଷ୍ୟ ମନେ ରଖିବା ଉଚିତ ଯେ ପ୍ରକୃତିର ପ୍ରଚୁରତାକୁ ନିଜର ଆବଶ୍ୟକତା ପାଇଁ ଉପଯୋଗ କରିବା ଉଚିତ, ନିଜ ଲୋଭ ପାଇଁ ନୁହେଁ । ମନୁଷ୍ୟ ନିଜ ଭୋଗ ପାଇଁ ପ୍ରକୃତିକୁ ଶୋଷଣ କରୁଛି ଏବଂ ଏପରି କରି ପ୍ରକୃତିର କ୍ରୋଧର ଶିକାର ହେଉଛି । ପ୍ରକୃତି ସହ ସମନ୍ୱୟ ସ୍ଥାପନ ଏବଂ ପ୍ରକୃତି ଅନୁକୂଳ ଜୀବନ ବଞ୍ଚିବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ସମାଜରେ ବଡ଼ ପରିବର୍ତ୍ତନ ପାଇଁ ମାର୍ଗ ପ୍ରଶସ୍ତ କରେ । ପ୍ରାକୃତିକ ସମ୍ପଦର ସର୍ବନିମ୍ନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆମକୁ ଆମ ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡିବ। ଅନେକ ସମୟରେ ଟ୍ୟାପ୍ ଖୋଲା ରହୁଥିବାରୁ ପିଇବା ପାଣି ନଷ୍ଟ ହୋଇଯାଏ। ଦିନରେ ମଧ୍ୟ ଲାଇଟ୍ ଜଳୁଥାଏ। ସେହିଭଳି ଘରେ ହେଉ କି ଅଫିସ୍, ଫ୍ୟାନ୍ କିମ୍ବା ଲାଇଟ୍ ବନ୍ଦ କରିବା ଉପରେ ଆମେ ଧ୍ୟାନ ଦେଉନାହୁଁ। ପ୍ଲେଟରେ କିଛି ଖାଦ୍ୟ ଛାଡିବାର ଅଭ୍ୟାସରୁ ଆମେ ନିଜକୁ ମୁକ୍ତ କରିପାରିନାହୁଁ । କେବଳ ପ୍ରକୃତି ଅନୁକୂଳ ଜୀବନଶୈଳୀ ବିଷୟରେ ଆଲୋଚନା କରିବା ଯଥେଷ୍ଟ ନୁହେଁ, ଏହାକୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଏହାକୁ ବଞ୍ଚାଇବାର ଅଭ୍ୟାସ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    88 %
    1.1kmh
    99 %
    Fri
    31 °
    Sat
    31 °
    Sun
    31 °
    Mon
    31 °
    Tue
    29 °

    ସମ୍ବନ୍ଧିତ