Wednesday, September 9, 2026
29.9 C
Odisha

    ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସାହୁଙ୍କୁ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଥିବା ମନୋଜ ସାହୁ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଅଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମଜୋନ ସାହୁ ଗତ ନଭେମ୍ବର ୧୭  ତାରିଖ ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି। ସେ ତିନିବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡେଟ୍ ଡେପୁଟେସନରେ ଥିଲେ। ମନୋଜଙ୍କୁ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଅନୁରୋଧ କରିଥିଲେ।

    ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ୨୦୧୧ ବ୍ୟାଚ୍‌ର ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ହଟାଇ ଦେଇଥିଲେ। ଶ୍ରୀ ଡାକୁଆଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ଓ ପଦାଧିକାରୀ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ। ଶ୍ରୀ ଡାକୁଆଙ୍କୁ ଗତବର୍ଷ ଜୁଲାଇ ୧୭ ତାରିଖରେ ତତ୍‌କାଳୀନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ