Saturday, May 2, 2026
33.3 C
Odisha

    ମଲ୍ ସାମ୍ନାରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲାନି BMC

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ। ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର। ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ। ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ। ‘ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି। କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି ବିଏମସି କମିସନର। ବିଏମସି କମିସନର କହିଛନ୍ତି, କୌଣସି ନିର୍ଦ୍ଧିଷ୍ଟ ନିୟମ ମୁଁ ଜାଣି ନାହିଁ। ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ଜଜମେଣ୍ଟ ରହିଛି। ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଭିନ୍ନଭିନ୍ନ ରାୟ ରହିଛି। କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇକୋର୍ଟ କିଛି ଜାଗାରେ ସୁପ୍ରିମକୋର୍ଟଙ୍କ ରାୟ ଏହା ଉପରେ ରହିଛି। ଏ ବାବଦରେ ବିଡ଼ିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ ଦେଇଛନ୍ତି। ଏ ସବୁ ଉପରେ ନଜର ଦେଇ ଆମେ ସନ୍ତୁଳନ ରଖିବୁ। ଯାହା ଏଫ୍‌ଆଇଆରରେ ନାହିଁ ତାହା ବ୍ୟବସାୟ ପାଇଁ ନୁହେଁ। ସେଠୁ ୧୦୦% ପାର୍କିଂ ଫି ନିଆଯାଇପାରିବ ନାହିଁ।

    ପାର୍କିଂ ଜାଗାର ଦୁର୍ବ୍ୟବହାର ଯେମିତି ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦେବୁ। ଏ ସବୁ ଦିଗକୁ ଆଲୋଚନା କରିବା ପରେ ଯାହା ରାଜଧାନୀର ପାର୍କିଂ ବ୍ୟବସ୍ଥା ପାଇଁ ସବୁଠାରୁ ଭଲ ହେବ ସେ ଅଞ୍ଚଳ ପାଇଁ ଯାହା ଭଲ ହେବ ସେହି ଅନୁସାରେ ନିଷ୍ପତ୍ତି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    27 %
    2.3kmh
    100 %
    Sat
    34 °
    Sun
    40 °
    Mon
    40 °
    Tue
    38 °
    Wed
    37 °

    ସମ୍ବନ୍ଧିତ