Tuesday, March 10, 2026
36.4 C
Odisha

    ମଶାବଂଶ ଲୋପକରିବାକୁ ବୈଜ୍ଞାନିକ ବାହାର କଲେ ସହଜ ଉପାୟ

    ଆଗକୁ ପଢନ୍ତୁ

    ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ସେମାନଙ୍କ ପାଇଁ ଆର୍ଶୀବାଦ ପ୍ରମାଣିତ ହୋଇଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ହିଁ କୀଟନାଶକଙ୍କ କବଳରୁ ତାଙ୍କୁ ରକ୍ଷା କରିବାରେ ସାହାଯ୍ୟ କରୁଛି। ଏହି କାରଣରୁ କୀଟନାଶକ ଛିଞ୍ଚିଲେ ମଧ୍ୟ ଏବେ ଆଉ ମଶାଙ୍କ ଉପରେ ପ୍ରଭାବ ପଡ଼ୁନାହିଁ। ପ୍ରୋଟିନ୍‌ ଯୋଗୁ ମଶାଙ୍କ ଇମ୍ୟୁନିଟି ସିଷ୍ଟମ୍‌ ଏତେ ଉନ୍ନତ ହୋଇଯାଇଛି ଯେ ସେମାନଙ୍କ ଉପରେ କୀଟନାଶକ କାମ କରୁନାହିଁ ଫଳରେ ସେମାନେ ମରୁନାହାନ୍ତି ବୋଲି ଜଣାଯାଇଛି।

    ଲିଭରପୁଲ ସ୍କୁଲ ଅଫ୍‌ ଟ୍ରପିକାଲ ମେଡିସିନ୍‌(LSTM)ର ରିସର୍ଚ୍ଚ ଟିମ୍‌ ଏହି ଗବେଷଣା କରିଥିଲା। ଗବେଷକଙ୍କ କହିବାନୁସାରେ ଏହି ତଥ୍ୟ ମଶାମାନଙ୍କ ସଂଖ୍ୟା ହ୍ରାସ କରିବାରେ ବିଶେଷ ଭାବେ ସହାୟକ ହେବ। ପ୍ରତିବର୍ଷ ମ୍ୟାଲେରିଆ ରୋଗରେ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ମ୍ୟାଲେରିଆ ମଶା ମାଈ ଏନୋଫିଲିସ୍‌ର ପାଦରେ ଏସ୍‌ଏପି୨ ପ୍ରୋଟିନ୍‌ ରହିଥାଏ, ଫଳରେ ମସ୍‌କିଟୋ କ୍ୱାୟଲର ଏହା ଉପରେ କୌଣସି ପ୍ରଭାବ ପଡ଼ୁନାହିଁ।

    ରିସର୍ଚ୍ଚ ଆଧାରରେ ଗବେଷକ କହିଛନ୍ତି ଯେ ଯେତେବେଳେ ମଶାଙ୍କ ଏହି ପ୍ରୋଟିନ୍‌ ସୃଷ୍ଟି କରୁଥିବା ଜିନ୍‌ରେ ଆଂଶିକ ଭାବେ କୌଣସି ସମସ୍ୟା ଆସେ, ସେତେବେଳେ ସେମାନେ ଇମ୍ୟୁନିଟି ହରାଇ ବସନ୍ତି। ଅର୍ଥାତ୍‌ ସେମାନଙ୍କ ଇମ୍ୟୁନିଟି ପାଓ୍ଵାର ଦୁର୍ବଳ ହୋଇଯାଏ। ଏହାଦ୍ୱାରା କୀଟନାଶକ ମଶାଙ୍କ ଉପରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରିବ ଓ ମଶା ବଂଶ ଲୋପକରିବା ସହଜ ହୋଇଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    21 %
    3.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ