Saturday, October 10, 2026
24.4 C
Odisha

    ନିଟ ପେପର ଲିକ୍ ମାମଲା: ନିଲମ୍ବିତ ହେଲେ ମହାନିର୍ଦ୍ଦେଶକ ସୁବୋଧ କୁମାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିଟ ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର। ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ନିଲମ୍ବିତ କରାଯାଇଛି। ପ୍ରଦିପ ସିଂ ଖରୋଲାଙ୍କୁ ଏନଟିଏ’ର ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରଦୀପ ବର୍ତମାନ ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଜଣେ ନିୟମିତ ପଦାଧିକାରୀ କିମ୍ବା ପରବର୍ତ୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ଏହାପୂର୍ବରୁ ଶନିବାର ଜାତୀୟ ପରୀକ୍ଷା ଆୟୋଜନ ସଂସ୍ଥା (ଏନଟିଏ) ଜରିଆରେ ପାରଦର୍ଶୀ, ସୁଗମ ଓ ସ୍ୱଚ୍ଛ ଭାବେ ପରୀକ୍ଷା ଆୟୋଜନ ସୁନିଶ୍ଚିତ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଏନ୍‌‌.ଟି.ଏ.ର ମାନକ ପରିଚାଳନା ପଦ୍ଧତିର ସମ୍ପୂର୍ଣ୍ଣ ସମୀକ୍ଷା କରିବ। ଏହା ସହ ଅନୁଧ୍ୟାନ ବ୍ୟବସ୍ଥା ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ପରାମର୍ଶ ଦେବ। ବିଭିନ୍ନ ପରୀକ୍ଷା ପାଇଁ ପେପର ସେଟିଂ ଏବଂ ଅନ୍ୟାନ୍ୟ ପରୀକ୍ଷା ସମ୍ବନ୍ଧୀୟ ବର୍ତ୍ତମାନର ସୁରକ୍ଷା ପ୍ରୋଟୋକଲ ଯାଞ୍ଚ କରିବା ସହ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ପାଇଁ କମିଟି ସୁପାରିସ କରିବ ବୋଲି ଜଣାପଡ଼ିଛି। ଆସନ୍ତା ଦୁଇ ମାସ ଭିତରେ କମିଟି ଶିକ୍ଷା ମନ୍ତ୍ରଣାଳୟକୁ ଏହାର ରିପୋର୍ଟ ପ୍ରଦାନ କରିବ। ଏହି କମିଟିରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନ୍ ଅଧ୍ୟକ୍ଷ ରହିବେ। ସେହିଭଳି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ସମେତ ଅନ୍ୟ ବିଶିଷ୍ଟ ଶିକ୍ଷାବିତ୍‌‌ମାନଙ୍କୁ ଏଥିରେ ସାମିଲ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ