Monday, September 14, 2026
29.6 C
Odisha

    ମହାକୁମ୍ଭ ମେଳା: ୭୦୦୦କୋଟି ଖର୍ଚ୍ଚ କରି ଏତେ କୋଟି ଆୟ କରିବ ୟୁପି

    ଆଗକୁ ପଢନ୍ତୁ

    ପ୍ରୟାଗରାଜ୍: ବିଶ୍ବର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମ ‘ମହାକୁମ୍ଭ ମେଳା’ ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଭୂତପୂର୍ବ ପ୍ରସ୍ତୁତି ହୋଇଛି। ଆଜିଠାରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ  ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁଙ୍କ ସମେତ ଆଜି ୧କୋଟିରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ୱତୀଙ୍କ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ୧୨ବର୍ଷ ପରେ ଆୟୋଜିତ ହୋଇଥିବା ଏହି ମେଳାକୁ ପ୍ରାୟ ୪୦କୋଟି ଲୋକ ଆସିବେ ବୋଲି ଆକଳନ କରାଯାଉଛି, ଯାହା ଆମେରିକା ଓ ରୁଷର ଜନସଂଖ୍ୟାଠାରୁ ଅଧିକ। ସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହଣି ପାଇଁ ୪ ହଜାର ହେକ୍ଟର ପରିମିତ ଅଞ୍ଚଳରେ ଅସ୍ଥାୟୀ ଶିବିର ସ୍ଥାପନ କରାଯାଇଛି। ରାଜ୍ୟ ସରକାର ଏହି ୪୫ଦିନିଆ ମେଗା କାର୍ଯ୍ୟକ୍ରମ ପାଇଁ ୭୦୦୦କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି।

    ୟୁପି ସରକାର ଏହି ମେଳା ପାଇଁ ୭,୦୦୦କୋଟି ଖର୍ଚ୍ଚ କରିଥିବା ବେଳେ ମହାକୁମ୍ଭ ୨୦୨୫ ଉତ୍ତରପ୍ରଦେଶ ପାଇଁ ୨ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଅଭିବୃଦ୍ଧି ଆଣିବ ବୋଲି ଆକଳନ କରାଯାଇଛି। ଆକଳନ ଅନୁଯାୟୀ, ଯଦି ୪୦କୋଟି ପରିଦର୍ଶକଙ୍କ ମଧ୍ୟରୁ ପ୍ରତ୍ୟେକ ହାରାହାରି ୫,୦୦୦ ଟଙ୍କା ଖର୍ଚ୍ଚ କରନ୍ତି ତେବେ ଏହି କାର୍ଯ୍ୟକ୍ରମରୁ ୨ ଲକ୍ଷ କୋଟି ଟଙ୍କା ଆୟ ହୋଇପାରିବ।

    ଉଲ୍ଲେଖଯୋଗ୍ୟ, ପ୍ରତି ୧୨ ବର୍ଷରେ  ଆୟୋଜିତ ହେଉଥିବା ଏହି ମେଳା କେବଳ ଏକ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟର ଏକ  ଦିବ୍ୟ  ଉତ୍ସବ ।  ବିଶ୍ୱାସ ରହିଛି ଯେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ମୋକ୍ଷ ମିଳିଥାଏ । ମହାକୁମ୍ଭ କେବଳ ପାପରୁ ମୁକ୍ତି ପାଇବାର ଏକ ଅବସର ନୁହେଁ, ବରଂ ଆତ୍ମା ଶୁଦ୍ଧି ଏବଂ ମୁକ୍ତି ପ୍ରାପ୍ତିର ଏକ ମାର୍ଗ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ