Friday, May 22, 2026
30.4 C
Odisha

    ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ଡଲି ଚାଏ ୱାଲା !

    ଆଗକୁ ପଢନ୍ତୁ

    ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା। ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଖବର। ବିଶ୍ୱର କୋଟିପତି ତାଲିକାରେ ଥିବା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ସହ ସାକ୍ଷାତ ପରେ ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର କାରଣ ପାଲଟିଛି। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ସତ୍ୟତା ବିଷୟରେ…

    ସକାଳ ହେଉ କି ସନ୍ଧ୍ୟା, ଗ୍ରୀଷ୍ମର ଦାଉ ଦାଉ ତାତି ହେଉ କି ଶୀତ ଭାରତୀୟମାନଙ୍କ ପ୍ରଥମ ପସନ୍ଦ ଚା’। ରାସ୍ତାକଡ଼ର ଚା’ ଦୋକାନରେ ଧନୀ ଗରିବ ସମସ୍ତେ ସମାନ। ତେବେ ନିଆରା ଢ଼ଙ୍ଗରେ ଚା’ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାନ୍ତି ନାଗପୁରର ଚା’ ଦୋକାନୀ ଡଲି ଚାଏୱାଲା। ନିକଟରେ ତାଙ୍କ ଚା’ ଦୋକାନରେ ଚାହା ପିଇଥିଲେ ସୁଦୂର ଆମେରିକାରୁ ଆସିଥିବା ବିଶ୍ୱର କୋଟିପତି ବିଲ ଗେଟ୍ସ। ଯାହାକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା। ନିକଟରେ ଭାରତ ଗସ୍ତରେ ଆସି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ୍‌ ଗେଟ୍ସ ନାଗପୁରର ଏକ ଚା’ ଦୋକାନରେ ଚା’ ପିଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହି ଚା’ ଦୋକାନୀ ଜଣଙ୍କ ହେଉଛନ୍ତି ନାଗପୁରର ଡଲି ଚାଏୱାଲା। ବିଲ୍‌ ଗେଟ୍ସଙ୍କ ସହ ଡଲିର ଏକ ଫଟୋକୁ ନେଇ ଜାତୀୟ ଗଣମାଧ୍ୟମର ଏକ ବ୍ୟାଙ୍ଗାତ୍ମକ ନ୍ୟୁଜ ଆକାଉଣ୍ଟ ଦି ବିନ୍ଦୁ ଟାଇମ୍ସ ଦ୍ୱାରା ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି। ଇନ୍‌ଷ୍ଟାଗ୍ରାମରେ କରାଯାଇଥିବା ଏହି ପୋଷ୍ଟରେ ଦି ବିନ୍ଦୁ ଟାଇମ୍ସ ପକ୍ଷରୁ କୁହାଯାଇଛି ଯେ, ମାଇକ୍ରୋସଫ୍ଟ ଉଇଣ୍ଡୋଜ୍‌ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏୱାଲା। ଏହି ଖବର ପୋଷ୍ଟ ହେବା କ୍ଷଣି ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏହା ସହ ଏହି ଖବର ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ବାସ୍ତବରେ ବିନ୍ଦୁ ଟାଇମ୍ସ ପକ୍ଷରୁ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଏଭଳି ବ୍ୟାଙ୍ଗାତ୍ମକ ପୋଷ୍ଟ କରାଯାଇଥିବାବେଳେ ଅନେକ ଉପଭୋକ୍ତା ପୋଷ୍ଟର ବ୍ୟଙ୍ଗାତ୍ମକ ପ୍ରସଙ୍ଗକୁ ଅଣଦେଖା କରି ଏହାକୁ ସତ ଭାବିବା ସହ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏହି ଗୁଜବକୁ ନେଇ ମାଇକ୍ରୋସଫ୍ଟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ କରାଯାଇନାହିଁ। ଦି ବିନ୍ଦୁ ଟାଇମ୍ସ ଦ୍ୱାରା କରାଯାଇଥିବା ଏହି ବ୍ୟଙ୍ଗାତ୍ମକ ପୋଷ୍ଟରର ଭୁଲ ବ୍ୟାଖା ପାଇଁ ଏହି ଗୁଜବ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.4 ° C
    30.4 °
    30.4 °
    35 %
    1.8kmh
    57 %
    Thu
    30 °
    Fri
    45 °
    Sat
    45 °
    Sun
    45 °
    Mon
    46 °

    ସମ୍ବନ୍ଧିତ