Thursday, December 25, 2025
19.5 C
Odisha

    ମାଛ କିଲୋ ୬ ହଜାର ୪ଶହ ଟଙ୍କା; ଏହା ପୁଟିରେ ଅଛି ଔଷଧୀୟ ଗୁଣ

    ଆଗକୁ ପଢନ୍ତୁ

    ମାଛ କିଲୋ ୬ ହଜାର ୪ଶହ ଟଙ୍କା । ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ। ଏହି ମାଛ କିଲୋ ପାରାଦ୍ଵୀପରେ ୬ ହଜାର ୪ଶହ ଟଙ୍କାରେ ନିଲାମ ହୋଇଥିଲା । ଏହି ୧୭ଟି ତେଲିଆ ବୋରେହି ମାଛ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି।। ନିଲାମ ପରେ ଦିଘା ଗଲା ଏହି ମାଛ। ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ବିଦେଶରେ ଏହି ମାଛ ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି। ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    36 %
    0.7kmh
    9 %
    Thu
    27 °
    Fri
    27 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ