Wednesday, April 15, 2026
27.1 C
Odisha

    ମାର୍ଗଶିର ଅଧା ହେଲା; ଭକ୍ତଙ୍କୁ କେବେ ମିଳିବ ମାଗଣା ମହାପ୍ରସାଦ

    ଆଗକୁ ପଢନ୍ତୁ

    କାର୍ତ୍ତିକ ସରି ମାର୍ଗଶିର ମାସ ଅଧା ହେଲାଣି। ହେଲେ ଏଯାଏ ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ କିଛି ସ୍ପଷ୍ଟ ହେଲାନି। କେବେଠୁ ଏବଂ କେମିତି ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ କିଛି ଜଣା ପଡୁନାହିଁ। କାର୍ତ୍ତିକ ମାସ ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିଲେ। ପ୍ରକାଶ ଯେ, ଶ୍ରୀମନ୍ଦିରକୁ ଦୈନିକ ହଜାରହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିସାରିବା ପରେ ପ୍ରାୟ ପ୍ରତ୍ୟେକଙ୍କର ମହାପ୍ରଭୁଙ୍କ ମହାପ୍ରସାଦ ପାଇବାକୁ ଇଚ୍ଛା ଥାଏ। ହେଲେ ସମସ୍ତେ ଆନନ୍ଦ ବଜାରରୁ ଅବଢ଼଼ା କିଣି ଖାଇବାକୁ ସମର୍ଥ ହୋଇନଥାନ୍ତି। କିଏ ଆର୍ଥିକ ଦୃଷ୍ଟିକୋଣରୁ ତ ଆଉ କେହି ସମୟ ଅଭାବରୁ ଦର୍ଶନ ସାରି ଫେରିଯାନ୍ତି। ତେଣୁ ମହାପ୍ରସାଦ ପାଇବା ପାଇଁ ଆଶା ରଖିଥିବା ଶ୍ରଦ୍ଧାଳୁଙ୍କୁ ମାଗଣାରେ କଣିକାଏ ଅବଢ଼ା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଥିଲା। ୨୦୧୬ ମସିହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିଲା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ବାଇଶି ପାହାଚରେ ଦୁଇ ବଡ଼ ଆଟିକାରେ ପ୍ରତ୍ୟହ ଏହି ମହାପ୍ରସାଦ ବଣ୍ଟନ କରାଯାଉଥିଲା। ଆନନ୍ଦ ବଜାରରୁ ଅବଢ଼ା କିଣି ନପାରିଲେ ମଧ୍ୟ ଭକ୍ତମାନେ କଣିକାଏ ଲେଖାଏଁ ମହାପ୍ରସାଦ ପାଇ ଆନନ୍ଦ ମନରେ ଫେରୁଥିଲେ। ପ୍ରାୟ ୭ବର୍ଷ ହେବ ବନ୍ଦ ରହିଛି ଏହି ମାଗଣା ମହାପ୍ରସାଦ ବଣ୍ଟନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ