Thursday, April 30, 2026
41.9 C
Odisha

    ସୁଧୀର ପାତ୍ର ମର୍ଡର ମାମଲାରେ ବଡ଼ ସୁରାକ,କେବଳ ୯ ଜଣ ନୁହଁନ୍ତି, ହତ୍ୟାକାଣ୍ଡରେ ରହିଛି ଅନ୍ୟମାନଙ୍କ ସମ୍ପୃକ୍ତି

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ସୁଧୀର ପାତ୍ର ମର୍ଡର ମାମଲାରେ ବଡ଼ ସୁରାକ, ବ୍ରହ୍ମପୁର ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ସୁଧୀର ପାତ୍ର ମର୍ଡର ମାମଲାରେ ବଡ଼ ସୁରାକ । ବ୍ରହ୍ମପୁର ପୋଲିସ ହାତରେ ଲାଗିଛି ନୂଆ ତଥ୍ୟ । ସ୍କାନରରେ ସୁଧୀରଙ୍କ ସମ୍ପର୍କୀୟ । ମାମଲାରେ ଆଗକୁ ଆହୁରି ବନ୍ଧା ହେବେ ବୋଲି ଅନୁମାନ କରାଯାଉଛି । କେବଳ ୯ ଜଣ ନୁହଁନ୍ତି, ସୁଧୀର ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କର ବି ରହିଛି ସିଧାସଳଖ ସଂପୃକ୍ତି । ସେମାନେ ନିଜ ଲୋକ, ସମ୍ପର୍କୀୟ । ତଦନ୍ତ ବେଳେ ସେମାନେ ପୋଲିସ ସ୍କାନରକୁ ଆସିଥିଲେ । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ବେଳେ ସେମାନଙ୍କ କାରନାମା କନଫର୍ମ ହୋଇସାରିଛି।

    ମାଷ୍ଟରମାଇଣ୍ଡ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଫେସ୍ ଟୁ ଫେସ୍ ଜେରା କରାଯାଇଛି । କିଛି ପ୍ରଶ୍ନ ର ଉତ୍ତର ଖୋଜିବା ପାଇଁ ଗତକାଲି ସନ୍ଧ୍ୟାରୁ ୪ ଅଭିଯୁକ୍ତଙ୍କୁ ପୋଲିସ ଦିନିକିଆ ରିମାଣ୍ଡ ରେ ନେଇଛି । ପୂର୍ବରୁ ତିନି ଦିନିଆ ରିମାଣ୍ଡ ରେ ପୋଲିସ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂ, ଆଶିଷ ମହାପାତ୍ର, ନାରାୟଣ ପ୍ରଧାନ ଓ ଜିତୁନ ପଲେଇ ଙ୍କୁ ନେଇଥିଲା l କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂ ଙ୍କ ସମେତ ସୁଧୀରଙ୍କ ପୁତୁରା ଝିଆରୀ ତୁଷାର ଓ ନିବେଦିତାଙ୍କୁ ନେଇଛି l ରାତି ତମାମ ସେମାନଙ୍କୁ ସାମ୍ନାସାମ୍ନି ଜେରା କରାଯାଇଛି । ପରେ ସନ୍ଦେହ ଘେରରେ ଥିବା ନିବେଦିତାଙ୍କ ମା ଓ ମାମୁଙ୍କୁ ମଧ୍ୟ ଜେରା କରିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.9 ° C
    41.9 °
    41.9 °
    13 %
    5kmh
    0 %
    Thu
    43 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ