Wednesday, September 30, 2026
23.3 C
Odisha

    ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକାଥରେ ସୁଭଦ୍ରାର ଦୁଇଟି କିସ୍ତି ମିଳିବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜାନୁଆରି ୧୫ ତାରିଖ ପରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସୂଚନା ଦେଇନାହାନ୍ତି।

    ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆବଦେନକାରୀଙ୍କର ୫ ଏକର ଜମି ଅଛି କି ନା, ଡିସେମ୍ବର ୩୦ ତାରିଖ ଯାଏଁ ଏହାର ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ହେଲେ ଏବେ ଏହି ସମୟ ଅବଧିକୁ ଜାନୁଆରି ୧୫ ଯାଏଁ ବୃଦ୍ଧି କରାଯାଇଛି, ଏବେ ବ୍ୟାଙ୍କଗୁଡ଼ିକ ସହିତ ବୈଠକ ସରିଲାଣି। ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି।

    ସେ ଆହୁରି କହିଛନ୍ତି, ମାର୍ଚ୍ଚ ୩୦ରେ ଆବେଦନ କଲେ ମଧ୍ୟ ଏକା ଥରେ ଦୁଇଟି କିସ୍ତି ମିଳିବ । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା, କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ପରିଡ଼ା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ