Wednesday, October 14, 2026
26.2 C
Odisha

    ୮ରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ୯ରେ ଉଦବୋଧନ ହେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏକ ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ସେଠାରେ ସେ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ। ୯ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଭବନରୁ ବାହାରି ରାଜଧାନୀର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ଯାଏ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

    ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ୧୦ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭଡ଼ିଛି। କୌଣସି ପ୍ରକାର ବିଶୃଙ୍ଖଳା ନ ହେବା ପାଇଁ ଦିବସକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ଓ ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ ଯୋଗଦେଇଥିଲେ। ଏହି ଅବସରରେ ମାସ୍କଟ୍‌ ‘ହାଫି’ର ଲୋକାର୍ପଣ ହୋଇଯାଇଛି। ଏହା ପୁଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବା ସହ ଅତିଥିଙ୍କୁ ସ୍ବାଗତ କରିବ। ସେହିଭଳି ଏହି ଅବସରରେ ସ୍ୱେଚ୍ଛାସେବୀ ‘ପ୍ରବାସୀ ମିତ୍ର’, ୨୪ଘଣ୍ଟିଆ ହେଲ୍‌ପ ଲାଇନ୍ ନମ୍ବର ‘୧୯୬୫’, ହ୍ୱାଟ୍ସଆପ୍‌ ଚାଟ୍ ବୋଟ୍ ଓ ସ୍ବତନ୍ତ୍ର ପର୍ଯ୍ୟଟକକୁ ପୁଲିସ କମିସନର ଶ୍ରୀ ସିଂ ଲୋକାର୍ପଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ