Sunday, February 15, 2026
17.1 C
Odisha

    ମିଥ୍ୟା ସତ୍ୟପାଠ ମାମଲା : ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନଙ୍କୁ ହାଇକୋର୍ଟଙ୍କ ସାନି ନୋଟିସ

    ଆଗକୁ ପଢନ୍ତୁ

    ମିଥ୍ୟା ତଥା ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ଅଭିଯୋଗରେ ରୁଜୁ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ବିଧାୟକ ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ସାନି ନୋଟିସ ଜାରି କରିଛନ୍ତି । ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

    ଶ୍ରୀ ସିଂହଦେଓ ତାଙ୍କର ବଲାଙ୍ଗୀର ଜିଲ୍ଲା ଠିକଣାରେ ଅନୁପସ୍ଥିତ ରହୁଥିବାରୁ ଏହି ଠିକଣାରେ ଗତ ୮ତାରିଖରେ ଯାଇଥିବା ନୋଟିସ୍‌ ପ୍ରଦାନ ସମ୍ଭବ ହୋଇପାରିନଥିଲା। ଅନ୍ୟପକ୍ଷରେ ଶ୍ରୀ ସିଂହଦେଓ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ନେଇ ଶୁଣାଣି ବେଳେ କୁହାଯାଇଥିଲା। ଏହା ପରେ ଶ୍ରୀ ସିଂହଦେଓଙ୍କୁ ଭୁବନେଶ୍ୱର ଠିକଣାରେ ସାନି ନୋଟିସ୍‌ ଜାରି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର୭କୁ ଧାର୍ଯ୍ୟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    47 %
    1.3kmh
    5 %
    Sun
    32 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ