Tuesday, February 17, 2026
22.8 C
Odisha

    ମୁମ୍ବାଇରେ ବାୟୁ ପ୍ରଦୂଷଣ ବଢ଼ିଲା: ଲାଗିଲା ଗ୍ରାପ୍‌-୪ କଟକଣା

    ଆଗକୁ ପଢନ୍ତୁ

    ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ କିଛିଦିନ ହେଲା ବାୟୁର ମାନ ହ୍ରାସ ପାଇବାରେ ଲାଗିଛି। ବାୟୁ ପ୍ରଦୂଷଣ ସହରବାସୀଙ୍କ ଅଡ଼ୁଆ ବଢ଼ାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଆଜି ଗ୍ରାପ୍‌-୪ କଟକଣା ଲାଗୁ କରାଯାଇଛି। ସହରର ଯେଉଁସବୁ ସ୍ଥାନରେ ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୨୦୦ ଟପିଛି ସେଠାରେ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବ। ବିଏମ୍‌ସି ମୁଖ୍ୟ ଭୁଷଣ ଗଗରାନି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବୋରିଭେଲି ଇଷ୍ଟ୍ ଏବଂ ବାଇକୁଲା ଅଞ୍ଚଳରେ ସମସ୍ତ ପ୍ରକାର ଘରୋଇ ଓ ସରକାରୀ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଏହି ଅଞ୍ଚଳରେ ଏକ୍ୟୁଆଇ ନିରନ୍ତରଭାବେ ୨୦୦ ଉପରେ ରହୁଥିବା ସେ କହିଛନ୍ତି। ସହରର ଯେଉଁ ସବୁ ଅଞ୍ଚଳରେ ଏକ୍ୟୁଆଇ ୨୦୦ ଟପିବ ସେଠାରେ ଆମେ ଗ୍ରାପ୍‌-୪ ନିୟମ ଅନୁଯାୟୀ ନିର୍ମାଣ କାମ ବନ୍ଦ କରିବୁ।
    ଏକ୍ୟୁଆଇ ୨୦୦ ଟପିବା ମା‌ତ୍ରେ ନିୟମ ସଙ୍ଗେ ସଙ୍ଗେ ଲାଗୁ ହେବ। ନିର୍ମାଣ ପ୍ରକଳ୍ପ ନିମନ୍ତେ ସହରରେ ସୃଷ୍ଟି ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବିଏମ୍‌ସି ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛି। ଏଥିରେ ୨୮ଟି ବିଷୟ ଉଲ୍ଲେଖ କରାଯାଇଛି। ବିଏମ୍‌ସି ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ ୮୭୭ଟି ନିର୍ମାଣ ପ୍ରକଳ୍ପର ଅନୁଧ୍ୟାନ କରାଯାଇଥିଲା। ସେଥିରୁ ପ୍ରାୟ ୨୮୬ଟି ସ୍ଥାନରେ କାମ ବନ୍ଦ ନୋଟିସ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। ଏହି ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି କୁହାଯାଇଛି। ମୁମ୍ବାଇବାସୀ ସହରର ବାୟୁ ମାନ ସଂପର୍କରେ ‘ମୁମ୍ବାଇ ଏୟାର ଆପ୍‌’ରେ ଅଭିଯୋଗ ପଞ୍ଜୀକରଣ କରିପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଆପ୍‌ରେ ୪୨୨ଟି ଅଭିଯୋଗ ଗ୍ରହଣ କରାଯାଇଛି। ସେଥିରୁ ୩୫୦ଟି ମାମଲାର ସମାଧାନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ