Saturday, May 2, 2026
41.6 C
Odisha

    ମୃତଦେହକୁ କାନ୍ଧ ମିଳିଲା, ସହାୟତାର ହାତ ବଢ଼ାଇଲା ହେଲ୍ପ ଫର ୟୁ ଫାଉଣ୍ତେସନ

    ଆଗକୁ ପଢନ୍ତୁ

    ଜଳେଶ୍ୱର: ଖଇ କଉଡ଼ି ବିଞ୍ଚା ହେଉଛି । ମୃତଦେହ ଶେଷକୃତ୍ୟ ପାଇଁ ଶ୍ମଶାନ ଯାଉଛି । କାନ୍ଧେଇ ନେଉଛନ୍ତି ସ୍ବେଛାସେବୀ ଭାଇମାନେ । କାରଣ ଏ ଗରିବ ଅସହାୟ ବ୍ୟକ୍ତିକୁ କାନ୍ଧ ଦେବାକୁ କେହି ନାହାନ୍ତି । ଜନ୍ମ କଲା ପୁଅ ଭିନ୍ନକ୍ଷମ । ଶେଷ ମୁହୂର୍ତ୍ତରେ ବି କାନ୍ଧ ଦେବାକୁ ପୁଅ ସକ୍ଷମ ନୁହେଁ । ହଁ ଦର୍ଶକବନ୍ଧୁ, ପରିବାରର ରୋଜଗାରକ୍ଷମ ସଦସ୍ୟ ଆଜି ଚିର ନିଦ୍ରାରେ ଶୋଇଯାଇଛି । ସ୍ତ୍ରୀ କାନ୍ଦି କାନ୍ଦି ଭୂଇଁ ଉପରେ ଗଡ଼ି ଯାଉଛି । କଣ କରିବ ସେ, ତା’ ଭିନ୍ନକ୍ଷମ ପୁଅକୁ ନେଇ ଜୀବନ ଜିଇବ କେମିତି ? ମୁହଁରେ ଏହାର ଦେଉଥିବା ବ୍ୟକ୍ତି ଯଦି ସବୁଦିନ ପାଇଁ ଆଖି ବୁଜିଦେବ, ସେ ପରିବାରରେ କଣ ବିତୁଥିବ, ତାହା ଭାବିଲେ ବିଚଳିତ ଲାଗୁଛି । ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ବି ମା’ ପୁଅଙ୍କ ପାଖରେ ବଳ ନାହିଁ । ଆଉ ଏତିକିବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଛି ସ୍ବେଚ୍ୟହାସେବୀ ଭାଇମାନେ ।

    ଅସହାୟ ବ୍ଯକ୍ତିଙ୍କ ମୃତଦେହ ସତ୍କାର କରି ମାନବିକତାର ଉଦହାରଣ ସୃଷ୍ଟି କରିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ଯ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମର ରବିନ୍ଦ୍ର ଦଣ୍ତପାଟ ଗତକାଲି ସର୍ପାଘାତ ଯୋଗୁ ମୃତ୍ଯୁବରଣ କରିଥିଲେ । ମୃତ ରବିନ୍ଦ୍ର ଅତ୍ଯନ୍ତ ଗରିବ ଥିଲେ ଆଉ ଘରର ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିଲେ । ସେ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କ ମୃତ୍ଯୁରେ ହତଭାଗୀନି ସ୍ତ୍ରୀ ଆଉ ହତଭାଗା ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃତଦେହ ସତ୍କାର କରିବାକୁ ତାଙ୍କ ପାଖରେ ଯଥେଷ୍ଟ ସମ୍ବଳ ନଥିବାରୁ ସେ ନିରୁପାୟ ହୋଇଯାଇଥିଲେ । ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଜଳେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନର ସଦସ୍ଯମାନେ ପହଞ୍ଚି ରାତିରେ ଶବ ସତ୍କାର କରିଥିଲେ । ଏହା ସହ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ମଧ୍ଯ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।ତେବେ ଏଭଳି ପରିସ୍ଥିତିରେ ଅସହାୟ ପରିବାର ସାଥିରେ ଛିଡା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନର ସଦସ୍ଯମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.6 ° C
    41.6 °
    41.6 °
    13 %
    6kmh
    25 %
    Sat
    41 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ