Sunday, October 11, 2026
22.8 C
Odisha

    ଶୋଷରେ ମରିବ ପାକିସ୍ତାନ, ଭାରତ ପରେ ପାଣି ବନ୍ଦ ଯୋଜନା କରୁଛି ଆଫଗାନିସ୍ତାନ

    ଆଗକୁ ପଢନ୍ତୁ

    ଆଫଗାନିସ୍ତାନ : ଭାରତ ପରେ ପାକିସ୍ତାନକୁ ନେଇ ବକ୍ଷ ପଦକ୍ଷେପ ନେଇଛି ଆଫଗାନିସ୍ତାନ । ଆଫଗାନିସ୍ତାନରୁ ପାକିସ୍ତାନ ଆଡ଼କୁ ବୋହୁଥିବା ସମସ୍ତ ନଦୀର ପାଣିକୁ ବନ୍ଦ କରିପାରେ ଆଫଗାନିସ୍ତାନ । ଶେଷରେ ଶୋଷରେ ଆଉଟପାଉଟ ହେବ ପାକିସ୍ତାନ । ପାକିସ୍ତାନକୁ ବୁନ୍ଦେ ପାଣି ଦେବନି ଆଫଗାନିସ୍ତାନ ।

    ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ କୌଣସି ଜଳ ଚୁକ୍ତି ନାହିଁ। ତେଣୁ କୁନାର ନଦୀ ଉପରେ ଆଫଗାନିସ୍ତାନ ବନ୍ଧ ତିଆରି କରିବାକୁ ଘୋଷଣା କରିଛି। କୁନାର ନଦୀ ଉପରେ ଡ୍ୟାମ ନିର୍ମାଣ କରିବ କାବୁଲ । ଯେତେ ଶୀଘ୍ର ସମ୍ଭବ ଡ୍ୟାମ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ସୁପ୍ରିମ ଲିଡର । ପାକିସ୍ତାନ ସହ ଆଫଗାନିସ୍ତାନର ତିକ୍ତତା ଚରମ ସୀମାରେ ପହଞ୍ଚିଛି । ନିକଟରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଏଥିରେ ଶତାଧିକ ନିହତ ହୋଇଥିଲେ । ଏହା ପରେ ଚରମ ନିଷ୍ପତ୍ତି ନେଇଛି ଆଫଗାନିସ୍ତାନ । ଆଫଗାନବାସୀଙ୍କୁ ସେମାନଙ୍କର ଜଳସମ୍ପଦ ପରିଚାଳନା କରିବାର ଅଧିକାର ଅଛି ବୋଲି ଜଳ ଏବଂ ଶକ୍ତି ମନ୍ତ୍ରୀ ମୁଲ୍ଲା ଅବଦୁଲ ଲତିଫ ମନସୁର ଜୋର ଦେଇ କହିଛନ୍ତି।

    ୪୮୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ କୁନାର ନଦୀ ଉତ୍ତରପୂର୍ବ ଆଫଗାନିସ୍ତାନର ହିନ୍ଦୁ କୁଶ ପର୍ବତମାଳାରୁ ବାହାରିଛି । ଏହା ପାକିସ୍ତାନର ଖୈବର ପାଖତୁନଖ୍ବା ପ୍ରଦେଶ ଦେଇ ପ୍ରବାହିତ ହୋଇଛି । ଖୈବର ପ୍ରଦେଶରେ ଏହା କାବୁଲ ନଦୀ ସହ ମିଶିଛି । ପାକିସ୍ତାନରେ ଏହି ନଦୀର ନାଁ ଚିତ୍ରାଲ ନଦୀ । ଏହି ନଦୀ ଉପରେ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ବନ୍ଦ କରିବାକୁ ଯୋଜନା କରିଛି ଆଫଗାନିସ୍ତାନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିଥିଲା ଭାରତ । ଏବେ ପୁଣି ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ