Sunday, September 13, 2026
24.4 C
Odisha

    ମୋଦୀଙ୍କ ସହ ଆଲୋଚନାକୁ ପ୍ରଶଂସା କଲେ ଏଲନ ମସ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ସ୍ପେଶ ଏକ୍ସ ସିଇଓ ଏଲନ ମସ୍କଙ୍କ ସହିତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରିବା ପରେ ମସ୍କ ତାଙ୍କୁ ପ୍ରଶଂସା କରିଛନ୍ତି। ତା’ ସହିତ ୨୦୨୫ ଶେଷ ସୁଦ୍ଧା ସେ ଭାରତ ଗସ୍ତରେ ଆସିବାକୁ ବେଶ୍‌ ଇଚ୍ଛୁକ ଅଛନ୍ତି ବୋଲି କହିଛନ୍ତି।

    ଉକ୍ତ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, ସେ ଓ୍ବାଶିଂଟନ ଗସ୍ତ ସମୟରେ ଯେଉଁ ସବୁ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେ ବିଷୟରେ ଏଲନ ମସ୍କଙ୍କ ସହିତ କଥା ହୋଇଛନ୍ତି। ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବୀକରଣ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ରହିଥିବା ସମ୍ଭାବନାକୁ ନେଇ ସେ ମସ୍କଙ୍କ ସହିତ ଆଲୋଚନା କରିଛନ୍ତି। ଭାରତ ଏଥିପ୍ରତି ପ୍ରତିଶ୍ରୁତିବଦ୍ଧ। ମୋଦୀଙ୍କ ଟ୍ବିଟ୍‌କୁ ରିଟ୍ବିଟ କରି ମସ୍କ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥା ହେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ସେ ଚଳିତ ବର୍ଷ ଶେ​‌ଷ ସୁଦ୍ଧା ଭାରତ ଆସିବାକୁ ଯୋଜନା ରଖିଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    93 %
    1.3kmh
    54 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ