Monday, May 25, 2026
42 C
Odisha

    ମୋ ଚରିତ୍ର ସଲମାନ୍‌ କରନ୍ତୁ; ଏଭଳି ଇଚ୍ଛା ଜାହିର୍ କଲେ ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ବେଶ୍‌ ପରିଚିତ ସୁପରଷ୍ଟାର୍ ଧର୍ମେନ୍ଦ୍ର । ବୟସ ବଢ଼ିଥିଲେ ବି କମିନାହିଁ ତାଙ୍କ ଲୋକପ୍ରିୟତା। ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଥାଇ ବି ସେ ନିଜକୁ ଫିଲ୍ମ ସହ ଯୋଡ଼ି ରଖିବାକୁ ଚାହାନ୍ତି, ଯେଉଁ କାରଣରୁ ଏବେ ବି ବଡ଼ ବଜେଟ‌ ଫିଲ୍ମରେ ନଜର ଆସୁଛନ୍ତି ସେ। ଛଅ ଦଶକରୁ ଅଧିକ ସମୟ ଧରି ରାଜ୍ କରିଆସୁଥିବା ଧର୍ମେନ୍ଦ୍ରଙ୍କୁ ବଲିଉଡ୍‌ର ‘ହି-ମ୍ୟାନ୍’ ଓ ‘ଗରମ ଧରମ’ ବୋଲି କୁହାଯାଏ। ଏ ପର୍ଯ୍ୟନ୍ତ ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ କାମ କରିସାରିଥିବା ଧର୍ମେନ୍ଦ୍ର ନିଜ ବାୟୋପିକ୍‌କୁ ନେଇ କିଛି ମାସ ତଳେ ପ୍ରତିକ୍ରିୟା ରଖିଥିଲେ। ବଲିଉଡ୍‌ର କେଉଁ ହିରୋ ତାଙ୍କ ଚରିତ୍ର ପାଇଁ ଠିକ୍ ହେବେ, ତାହା ସେ ଜଣାଇଥିଲେ।ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଦବଙ୍ଗ ଖାନ୍ ସଲମାନ୍‌ ମୋ ବାୟୋପିକ୍‌ରେ ମୋ ଚରିତ୍ର କରନ୍ତୁ ବୋଲି ମୁଁ ଚାହେ। ତାଙ୍କ ଭିତରେ ମୋ ଭଳି କିଛି ଗୁଣ ରହିଛି। ନିଜର ଦୁଇ ପୁଅ ସନ୍ନି ଦେଓଲ୍‌ ଓ ବବି ଦେଓଲଙ୍କ ନାମ ନନେଇ ଧର୍ମେନ୍ଦ୍ର ସଲମାନ୍‌ଙ୍କୁ ନିଜ ଚରିତ୍ର ପାଇଁ ବାଛିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଧର୍ମେନ୍ଦ୍ର ୧୯୬୦ରେ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ସେ ଏବେ ୮୯ବର୍ଷ ବୟସରେ ମଧ୍ୟ ସକ୍ରିୟ ରହିଛନ୍ତି। ଶୋଲେ, ଅପ୍‌ନେ, ଧରମ ବୀର, ଲୋହା, ସୀତା ଔର୍ ଗୀତା, ମେରା ଗାଓଁ ମେରା ଦେଶ, ଆଖେଁ, ଅଲିବାବା ଔର୍ ଚାଲିଶ୍ ଚୋର, ହୁକୁମତ୍, ବଗାୱତ୍, ରକି ଔର୍ ରାନୀ କି ପ୍ରେମ କାହାନୀ, ଚୁପକେ ଚୁପକେ, ଦୋସ୍ତ, ଜୁଗନୁ, ବଟୱାରା, ପ୍ରତିଜ୍ଞା, କୁନ୍ଦନ ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଛନ୍ତି ଧର୍ମେନ୍ଦ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    22 %
    2.2kmh
    11 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ