Friday, September 4, 2026
28.2 C
Odisha

    ନଦୀରେ ଶାମୁକା ଯୋଗାଡ଼ କରୁଥିବା ବେଳେ ଭାସି ପରିବାରର ୮ ମୃତ

    ଆଗକୁ ପଢନ୍ତୁ

    କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରୁଛନ୍ତି । ତେବେ ଏମାନେ ନଦୀରେ ଶାମୁକା ଖୋଜି ଏକାଠି କରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

    ଖବର ମୁତାବକ, ଶିରାଲୀ ଗାଁର ପ୍ରାୟ ୧୪ ଜଣ ଲୋକ ନଦୀରେ ଶାମୁକା ଏକାଠି କରୁଥିଲେ । ହଠାତ୍ ନଦୀରେ ସୁଅ ବଢିଯାଇଥିଲା । ଆଉ ଏମାନେ ପାଣିର ସ୍ତର ଆକଳନ ନ କରିପାରି ଭାସିଯାଇଥିଲେ । ଏହାପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କିଛି ସ୍ଥାନୀୟ ବ୍ୟକ୍ତି ନଦୀକୁ ଡେଇଁଥିଲେ । ନଦୀରୁ ୮ ଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ ୨ ଜଣ ନିଖୋଜ ରହିଛନ୍ତି । ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    70 %
    1.6kmh
    81 %
    Fri
    28 °
    Sat
    31 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ