Thursday, September 24, 2026
23.9 C
Odisha

    ଦେହରେ ଚର୍ବି ବଢ଼ୁଛି କି? ସବୁବେଳେ ଚିଡ଼ଚିଡ଼ା ଲାଗୁଛି କି? ହୋଇପାରେ ଏହି ରୋଗ

    ଆଗକୁ ପଢନ୍ତୁ

    ଟେଷ୍ଟୋଷ୍ଟେରନ କଣ? ଏହାର କାମ କଣ?

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଟେଷ୍ଟୋଷ୍ଟେରନ ପୁରୁଷଙ୍କ ଦେହରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ। ଏହି ହରମୋନ୍‌ର ମୁଖ୍ୟ କାମ ହେଉଛି ଯୌବନ ବିକାଶ କରିଥାଏ। ବାଳକରୁ ପୁରୁଷ ହେବା ବେଳେ ଗଳାର ସ୍ୱର ଗଭୀର ହେବାରେ ସହାୟତା କରିଥାଏ। ଦାଢ଼ି ବା ନିଶ ଉଠିବା, ଲିଙ୍ଗ ଓ ଅଣ୍ଡକୋଷ ବଢ଼ିବା, କାନ୍ଧ ଚଉଡ଼ା ହେବାରେ ସାହାଯ୍ୟ କରିଥାଏ।

    ଟେଷ୍ଟୋଷ୍ଟେରନ ମାଂସପେଶୀର ଆକାର ଓ ଶକ୍ତି ବଢ଼ାଇଥାଏ। ହାଡ଼କୁ ମଜବୁତ ରଖେ। ହାଡ଼ର ଘନତା ବଢ଼ାଇଥାଏ। ମନ ଭିତରେ ଯୌନ ଇଚ୍ଛା ବଢ଼ାଇଥାଏ। ଶୁକ୍ରାଣୁ ତିଆରିରେ ସାହାଯ୍ୟ କରିଥାଏ। ଏହାଛଡ଼ା ଦେହରେ ଚର୍ବି ଜମା ହେବାକୁ ଦିଏନାହିଁ। ଲୋହିତ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିଥାଏ। ମନୋବଳ ଓ ଶରୀରର ଏକାଗ୍ରତା ଏବଂ ଶକ୍ତି ଲେଭେଲ ଠିକ୍ ରଖିଥାଏ।

    କେତେ ବେଳେ ହୋଇଥାଏ?

    ଟେଷ୍ଟୋଷ୍ଟେରନ ସବୁବେଳେ ଦେହରେ ତିଆରି ହୋଇଥାଏ। କିନ୍ତୁ ଏହାର ମାତ୍ରା ବୟସ ଅନୁସାରେ ବଦଳିଥାଲ। ପୁରୁଷଙ୍କ ବୟସ ବଢ଼ିବା ସହିତ ଲିଙ୍ଗର ବିକାଶ ହୋଇଥାଏ। ବୟସ ୧୨ରୁ ୧୬ ବର୍ଷ ବେଳେ ସବୁଠୁ ଅଧିକ ଟେଷ୍ଟୋଷ୍ଟେରନ ତିଆରି ହୋଇଥାଏ। ସେଥିପାଇଁ ଏହି ବୟସରେ ଶରୀରରେ ପରିବର୍ତ୍ତନ ଦେଖାଦେଇଥାଏ।

    ଯୁବା ଅବସ୍ଥା: ୨୦ରୁ ୩୦ ବର୍ଷ ବେଳେ ସବୁଠୁ ଅଧିକ ଲେଭେଲ ରହିଥାଏ। ସକାଳେ ସବୁଠୁ ଅଧିକ ହୋଇଥାଏ। ୩୦ ବର୍ଷ ପରେ ପ୍ରାୟ ୧ରୁ ୨ ପ୍ରତିଶତ କମିବା ଆରମ୍ଭ ହୋଇଥାଏ। ଏହା ସ୍ୱାଭାବିକ ପ୍ରକ୍ରିୟା।

    ଟେଷ୍ଟୋଷ୍ଟେରନ କମିଗଲେ କଣ ହୋଇଥାଏ?

    ଟେଷ୍ଟୋଷ୍ଟେରନ କମିବାକୁ ହାଇପୋଗୋନାଡିଜିମ୍ କୁହାଯାଏ। ସାଧାରଣତଃ ୩୦୦ ng/dLରୁ କମିଲେ କମ୍ ବୋଲି ଧରାଯାଏ।
    ଶାରୀରିକ ଲକ୍ଷଣ: ଯୌନ ଇଚ୍ଛା ବହୁତ କମିଯାଏ; ସବୁବେଳେ ଥକା ଲାଗିଥାଏ; ଶକ୍ତି କମିଗଲା ପରି ଲାଗେ; ଜିମ୍ ଗଲେ ମଧ୍ୟ ମସଲ୍ ବଢ଼େ ନାହିଁ, ବରଂ କମିଯାଏ; ଶରୀରରେ ଚର୍ବି ବଢ଼ିଥାଏ, ବିଶେଷ କରି ପେଟରେ ଚର୍ବି ଜମିଯାଏ; କେତେକଙ୍କର ଛାତି ବଢ଼େ; ହାଡ଼ ଦୁର୍ବଳ, ସହଜରେ ହାଡ଼ ଭାଙ୍ଗିଯାଏ; କେଶ ଝଡ଼ିବା ପରି ଲକ୍ଷ୍ୟଣ ଦେଖାଯାଏ। ମାନସିକ ଲକ୍ଷଣ: ସବୁବେଳେ ମୋଡ଼ ଖରାପ ରହିଥାଏ, ଚିଡ଼ଚିଡ଼ା ହେବା, ମୋଟିଭେସନ୍ କମିବା, ଏକାଗ୍ରତା ନରହିବା, ଭୁଲି ଯିବା, ନିଦ ନହେବା, ବାରମ୍ବାର ନିଦ ଭାଙ୍ଗିବା ଆଦି ସମସ୍ୟା ଦେଖାଦେଇଥାଏ।

    କାହିଁକି କମିଥାଏ?

    ବୟସ ୩୦ ପରେ ପ୍ରାକୃତିକ ଭାବେ ଟେଷ୍ଟୋଷ୍ଟେରନ କମିଥାଏ। ଯଦି ଆପଣଙ୍କ ଶରୀର ଅଧିକ ଓଜନ ରହିଛି, ତାହାହେଲେ ଟେଷ୍ଟୋଷ୍ଟେରନ କମେ। ଅଧିକ ଚାପ ଓ କମ୍ ନିଦ; ଅଣ୍ଡକୋଷରେ ଆଘାତ ବା ଇନ୍‌ଫେକ୍ସନ ହେଲେ ଟେଷ୍ଟୋଷ୍ଟେରନ କମିଥାଏ। ଯଦି ଆପଣ କୌଣସି ଷ୍ଟିରୟଡ୍‌, କେମୋଥେରାପି, ଅଧିକ ମଦ ସେବନ କରୁଛନ୍ତି, ତାହାହେଲେ ଟେଷ୍ଟୋଷ୍ଟେରନ କମିବାର ସମ୍ଭାବନା ରହିଛି।
    ଧ୍ୟାନ ଦିଅନ୍ତୁ: ଯଦି ଆପଣଙ୍କୁ ଏହି ଲକ୍ଷଣ ଦେଖାଯାଉଛି, ତେବେ ଏଣ୍ଡୋକ୍ରିନୋଲୋଜିଷ୍ଟ ବା ୟୁରୋଲୋଜିଷ୍ଟ ଡାକ୍ତରଙ୍କୁ ଦେଖାନ୍ତୁ। ଲାଇଫଷ୍ଟାଇଲ୍ ବଦଳାଇଲେ ମଧ୍ୟ ପ୍ରାକୃତିକ ଭାବେ ଟେଷ୍ଟୋଷ୍ଟେରନରୁ ମୁକ୍ତି ପାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    99 %
    1.2kmh
    100 %
    Thu
    24 °
    Fri
    28 °
    Sat
    29 °
    Sun
    26 °
    Mon
    30 °

    ସମ୍ବନ୍ଧିତ