Wednesday, October 14, 2026
22.4 C
Odisha

    ଆମ୍ବୁଲାନ୍ସକୁ ପିଟିଲା ହାଇୱା, ଡ୍ରାଇଭର ଗୁରୁତର

    ଆଗକୁ ପଢନ୍ତୁ

    ଜଗତସିଂହପୁର  : ଗୁରୁତର ୧୦୮ ଆମ୍ବୁଲାନ୍ସ କୁ ପିଟିଲା ହାଇୱା । କଟକରୁ ରୋଗୀ ଛାଡି ଫେରୁଥିବା ସମୟରେ ଜଗତସିଂହପୁର ଧନିପୁର ଛକଠାରେ ବିଳମ୍ବିତ ରାତିରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭର ମାନସ ସାହୁ ଗୁରୁତର ହୋଇଛନ୍ତି । ତାଙ୍କ ବାମ ହାତ ସଂପୂର୍ଣ୍ଣ ଛିଣ୍ଡି ଯାଇଛି। ଗୁରୁତର ଅବସ୍ଥାରେ ମାନସଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନସରେ ଥିବା ଅନ୍ୟ ୨ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

    ସୂଚନାଯୋଗ୍ୟ, ରବିବାର ମଧ୍ୟ ସରକାରୀ ବସ ଓ ବାଇକ ମୁହାଁମୁହିଁ ଧକ୍କା  ହୋଇଥିଲା । ସରକାରୀ ବସ ଧକ୍କା ରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା  । ବାଲିଗୁଡା ଥାନା ସଲାଗୁଡ଼ା ପଂଚାୟତର କୁଡକେଲକିଆ ଘାଟି ବୁଲାଣିରେ ଘଟିଥିଲା ଦୁର୍ଘଟଣା । ମୃତ ବାଇକ ଚାଳକ କୁଡକେଲକିଆ ଗାଁର ବୀରେନ୍ଦ୍ର ମଳିକ ବୋଲି ଜଣା ପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ