Saturday, March 14, 2026
28.9 C
Odisha

    ମୌନି ଅମାବାସ୍ୟାରେ ମହାକୁଂଭରେ ବୁଡ଼ ପକାଇବାର କଣ ରହିଛି ମହତ୍ୱ

    ଆଗକୁ ପଢନ୍ତୁ

    ଆଜି ହେଉଛି ମାଘ ଅମାବାସ୍ୟା। ମାଘ ମାସର ଅମାବାସ୍ୟାକୁ ମୌନି ଅମାବାସ୍ୟା ବୋଲି କୁହାଯାଇଥାଏ। ଏହି ତିଥିରେ ସ୍ୱୟଂ ବ୍ରହ୍ମା ସ୍ଵୟଂଭୂ ମନୁଙ୍କୁ ଉତ୍ପନ କରି ସୃଷ୍ଟି ତିଆରି କରିବାର କାର୍ଯ୍ୟ ଆରମ୍ଭ କରିଥିଲେ। ସେଥିପାଇଁ ଏହାକୁ ମୌନି ଅମାବସ୍ୟା କୁହାଯାଇଥାଏ, ଏହିଦିନ ମୌନ ରହି କୌଣସି ତୀର୍ଥ ସ୍ଥଳ ରେ ପବିତ୍ର ସ୍ନାନ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ। ମୌନି ଅମାବାସ୍ୟାରେ ମୌନ ରହିବ ଦ୍ୱାରା ମଣିଷର ମନ ନିୟନ୍ତ୍ରିତ ରହିଥାଏ ଏବଂ ସ୍ପିଚ ପାୱାର ବଢିଥାଏ।

    – ମାନ୍ୟତା ରହିଛି ଯେ ମୌନି ଅମାବାସ୍ୟାରେ ମୌନ ରହି ତ୍ରିବେଣୀରେ ସ୍ନାନ କରିବା ଦ୍ୱାରା ମଣିଷ ରୋଗ, ଦୁଃଖ, ଓ କଷ୍ଟରୁ ମୁକ୍ତି ପାଇଥାଏ, ଏବଂ ଜୀବନର ଅନେକ ଦୁଃଖ ମଧ୍ୟ ଦୂର ହୋଇଥାଏ।

    – ମୌନି ଅମାବାସ୍ୟାରେ ପିତୃ ପୁରୁଷଙ୍କୁ ଅର୍ଘ୍ୟ ଦେଇ ଶ୍ରାଦ୍ଧ ତର୍ପଣ କରିବାର ଅନେକ ମହତ୍ୱ ରହିଛି, ଆଜିର ଦିନରେ ଯଦି ଆମେ ପିତୃ ପୁରୁଷଙ୍କୁ ସୂର୍ଯ୍ୟ ଉଦୟ ପୂର୍ବରୁ ଜଳରେ ରାଶି ମିଶାଇ ଶ୍ରାଦ୍ଧ ତର୍ପଣ କରିବା ତେବେ ଜିବନର ସମସ୍ତ କଷ୍ଟ ଦୂର ହୋଇଥାଏ।

    – ଉଦୟ ତିଥି ଅନୁସାରେ ମୌନି ଅମାବାସ୍ୟା ୨୯ ତାରିଖ ଦିନ ପାଳନ ହେବ ଏବଂ ଏହିଦିନ ସକାଳୁ ସ୍ନାନ ଦାନର ଅନେକ ମହତ୍ୱ ରହିଛି। ଆଜିର ଦିନରେ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନ ସାରି ଶିବ ମନ୍ଦିରରେ ରେ ମହାଦେବଙ୍କୁ ଜଳାଭିଷେକ କରିବା ଦ୍ୱାରା ପରିବାରର ସମସ୍ତ କଷ୍ଟ ଦୂର ହୋଇଥାଏ।

    – ଆଜିର ଦିନରେ ସୂର୍ଯ୍ୟ ପୂଜନର ମଧ୍ୟ ଅନେକ ମହତ୍ୱ ରହିଛି ଯଦି ଆପଣ ତମ୍ବା ଗଡୁରେ ଗଙ୍ଗା ଜଳ, ନାଲି ପୁଷ୍ପ, ଅଖ୍ୟତ, ହଳଦୀ, ସିନ୍ଦୁର ଓ ରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ ତେବେ ପୁଣ୍ୟ ପ୍ରାପ୍ତି ହୋଇଥାଏ।

    – ଯଦି କୌଣସି ବ୍ୟକ୍ତି ଆଜିର ଦିନରେ ମହାକୁଂଭରେ ପବିତ୍ର ସ୍ନାନ କରି ମହାଦେବଙ୍କୁ ଦର୍ଶନ କରିଥାଏ ତେବେ ତାର ୭ଜନ୍ମର ସମସ୍ତ ପାପ ଦୂର ହୋଇଥାଏ ଏବଂ ଜୀବନର ସମସ୍ତ ଦୁଃଖ ଦୂର ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ