Friday, April 24, 2026
41.9 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ; ବାପାକୁ ଛୁରୀ ଭୁସି ହତ୍ୟାକଲା ପୁଅ

    ଆଗକୁ ପଢନ୍ତୁ

    ପାରିବାରିକ କଳହ ଯୋଗୁଁ ଜନ୍ମ କଲା ପୁଅ ପିଶାଚ ସାଜି ନିଜ ବୃଦ୍ଧ ବାପାକୁ ହତ୍ୟା କରିବାକୁ ପଛାଇନାହିଁ। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଅଞ୍ଚଳ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି। ଉଚ୍ଚଶିକ୍ଷିତ ପୁଅ ତାର ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଛି। ମୃତକ ହେଉଛନ୍ତି ସୁନୀଲ ଚୌଧୁରୀ । ସୂଚନା ମୁତାବକ ମୃତକ ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ। ତାଙ୍କ ପୁଅ ଅନିରୁଦ୍ଧ ଚୌଧୁରୀ ମଧ୍ୟ ଉଚ୍ଚଶିକ୍ଷିତ, ସେ ଏକ ଘରୋଇ ଲ’ କଲେଜରେ ଜଣେ ଫ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ତେବେ କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗତକାଲି ରାତିରୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଗଣ୍ଡଗୋଳ ହେବା ପରେ ନିଜ ହିତାହିତ ଜ୍ଞାନ ହରାଇ ପୁଅ ବାପାକୁ ଛୁରୀଭୁସି ହତ୍ୟା କରିଥିବା ପଡ଼ୋଶୀଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ମଞ୍ଚେଶ୍ୱର ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.9 ° C
    41.9 °
    41.9 °
    8 %
    3.9kmh
    49 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ