Monday, March 9, 2026
31.7 C
Odisha

    ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ ଆହୁରି ଦୁଇ ଦିନ କଲବଲ କରିବ ଘନ କୁହୁଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଆହୁରି ୨ ଦିନ ଘନକୁହୁଡ଼ି ।  ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି ।  ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ନୟାଗଡ଼ ଓ ପାରାଦୀପରେ ଅତି ଘନକୁହୁଡ଼ି ହୋଇଛି ।  ଭିଜିବିଲିଟି ୫୦ ମିଟରରୁ ବି କମ ରହିଛି ।  ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ି ଲାଗି ରହିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ଅତି ଘନକୁହୁଡ଼ିକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  କୁହୁଡ଼ି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି ।  ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି ।  ସେପଟେ କଟକରେ କୁହୁଡ଼ିର ପରିମାଣ କମ ରହିଥିବା ବେଳେ ଶୀତର ପ୍ରକୋପ ଅଧିକ ରହିଛି ।  ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ