Monday, April 20, 2026
39.1 C
Odisha

    ରାମାୟଣ ଫିଲ୍ମରେ ରଣବୀର କପୁରଙ୍କ ଡବଲ ରୋଲ, ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚା ଜୋର

    ଆଗକୁ ପଢନ୍ତୁ

    ନିତେଶ ତିୱାରୀଙ୍କ ଦ୍ଵାରା ନିର୍ଦ୍ଦେଶିତ ‘ରାମାୟଣ’ର ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବ । କିନ୍ତୁ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଛି । ନିକଟରେ ‘ରାମାୟଣ’ର ଟିଜର ରିଲିଜ୍ ହୋଇଥିଲା । ରଣବୀର କପୁରଙ୍କୁ ନିତେଶ ତିୱାରୀଙ୍କ ଏହି ମେଗା ବଜେଟ୍ ଫିଲ୍ମରେ ଡବଲ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ରଣବୀର କପୁର ଏହି ମେଗା-ବଜେଟ୍ ଫିଲ୍ମ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ । ଏହି କଥାବାର୍ତ୍ତା ସମୟରେ ରଣବୀର କପୁର ମଧ୍ୟ ରାମାୟଣରେ ତାଙ୍କର ଡବଲ୍ ରୋଲ୍ ନିଶ୍ଚିତ କରିଥିଲେ । ପୋଷ୍ଟର ରିଲିଜ୍ ସମୟରେ ରଣବୀରଙ୍କୁ ଭଗବାନ ରାମଙ୍କ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ । ଏଥିସହ ସେ ଭଗବାନ ପରଶୁରାମ ଭୂମିକାରେ ମଧ୍ୟ ନଜର ଆସିବେ ।

    ଅନ୍ୟପଟେ ଟିଜରରେ ‘ରାମାୟଣ’ରେ ରଣବୀର କପୁରଙ୍କ ଡବଲ୍ ରୋଲ୍ ବିଷୟରେ ସୂଚନା ଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟିକରଣ କରାଯାଇନାହିଁ । ହେଲେ ଏହି ଆଲୋଚନା ମଧ୍ୟରେ ଏବେ ରଣବୀର ତାଙ୍କର ଉଭୟ ଚରିତ୍ର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

    ଯଦି ଏହି ଫିଲ୍ମ ବିଷୟରେ କୁହାଯାଏ ତେବେ ଏହା ଦୁଇଟି ଭାଗରେ ରିଲିଜ୍ ହେବ । ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବାବେଳେ ଏହାର ଦ୍ୱିତୀୟ ଭାଗ ପାଇଁ ଦର୍ଶକଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ । ଫିଲ୍ମର ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ରିଲିଜ୍ ହେବ । ରାମାୟଣରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ରାଜା ଦଶରଥଙ୍କ ଭୂମିକାରେ ଅରୁଣ ଗୋଭିଲ, ମାତା ସୀତାଙ୍କ ଭୂମିକାରେ ଇନ୍ଦିରା କୃଷ୍ଣନ୍, ଲକ୍ଷ୍ମଣଙ୍କ ଭୂମିକାରେ ରବି ଦୁବେ, ରାବଣ ଭୂମିକାରେ ଯଶ ଏବଂ ହନୁମାନଙ୍କ ଭୂମିକାରେ ସନି ଦେଓଲ ନଜର ଆସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    19 %
    4.4kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ