Saturday, September 12, 2026
23.6 C
Odisha

    ରୁଷ୍‌ ଭିତରେ ମାଡ଼ିଗଲାଣି ୟୁକ୍ରେନ୍‌; ପ୍ରବେଶ କରିଛନ୍ତି ୧୦୦୦

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୁଷ୍‌ ଏବଂ ୟୁକ୍ରେନ ମଧ୍ୟରେ ଅଢ଼େଇ ବର୍ଷ ହେଲା ଯୁଦ୍ଧ ଜାରି ରହିଛି। ଏବେ ରୁଷ୍‌ ବିରୋଧରେ ୟୁକ୍ରେନ ସବୁଠାରୁ ବଡ଼ ପାଲଟା ଆକ୍ରମଣ କରିଛି। ୟୁକ୍ରେନର ହଜାରେରୁ ଅଧିକ ସୈନିକ ୧୧ ଟ୍ୟାଙ୍କ, ୨୦ ସାମରିକ ଗାଡ଼ି ସହ ରୁଷ୍‌ର କୁର୍ସ୍କରେ ଅନୁପ୍ରବେଶ କରି ଆକ୍ରମଣ ଜାରି ରଖିଛନ୍ତି। ଏମାନେ ସୀମାର ୧୦ କିମି ଭିତର ପର୍ଯ୍ୟନ୍ତ ପହଞ୍ଚି ଗଲେଣି। ଏହି ପରିସର ଭିତରେ ଆସୁଥିବା ଅନେକ ଗ୍ରାମ୍‌କୁ କବ୍ଜା କରି ନେଲେଣି। ଏହି ଆକ୍ରମଣକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି। ପ୍ରାୟ ୭୬ ହଜାର ଲୋକ ଘରଦ୍ବାର ଛାଡ଼ି ପଳାଇଛନ୍ତି। ସୂଚନା ଅନୁଯାୟୀ ୟୁକ୍ରେନ ସେନା ସୁଦ୍‌ଜା ସହରକୁ କବ୍‌ଜା କରିବା ପାଇଁ ଲକ୍ଷ୍ୟ ରଖିଛି। ୟୁକ୍ରେନ୍‌ ଆକ୍ରମଣର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ରୁଷ୍‌ର ଓକ୍ଟାବ୍ରାସ୍କୋ ସହରର ୧୫ ସୈନ ଗାଡ଼ି ଜଳୁଥିବା ଦେଖାଯାଉଛି। ଏହି ସହର ରୁଷ୍‌ ସୀମାରୁ ପ୍ରାୟ ୩୮ କିମି ଦୂରରେ ରହିଛି। ବିବିସି ଏହି ଭିଡିଓକୁ ସେୟାର କରିଛି। ୟୁକ୍ରେନ ଆକ୍ରମଣ ଯୋଗୁଁ କୁର୍ସ୍କ ପ୍ରଦେଶରେ ଥିବା ପରମାଣୁ ପ୍ଲାଣ୍ଟ ଉପରେ ବିପଦ ବଢ଼ିବାରେ ଲାଗିଛି। ଏହି ପ୍ଲାଣ୍ଟ ସୁଦ୍‌ଜା ସହରରୁ ୬୦ କିମି ଦୂରରେ ରହିଛି। ଏହା ମଧ୍ୟରେ ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି(ଆଇଏଇଏ) ମୁଖ୍ୟ ରାଫେଲ ଗ୍ରାସି ଏହାକୁ ନେଇ ଚେତାବନୀ ଜାରି କରିଛନ୍ତି। ସେ ପରମାଣୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଉଭୟ ଦେଶକୁ ସାବଧାନତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    96 %
    2.1kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ