Monday, May 25, 2026
32.6 C
Odisha

    ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

    ଆଗକୁ ପଢନ୍ତୁ

    ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଅଙ୍ଗୁର ସାମିଲ କରନ୍ତୁ ନା! ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରତିଦିନ କିଛି ପରିମାଣରେ ଅଙ୍ଗୁର ଖାଇବା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ସନ୍ତୁଳିତ ରହିଥାଏ।

    ଅଙ୍ଗୁରରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏଥିରେ ମଧ୍ୟ କ୍ୟାନ୍‌ସର ସହ ଲଢ଼ିବାର ଗୁଣ ରହିଛି।

    ଅଙ୍ଗୁରରେ ପୋଟାସିୟମ୍‌ ମାତ୍ରା ମଧ୍ୟ ଅଛି। ଏହା ମଧ୍ୟ ଶରୀରରେ ବ୍ଲଡ୍‌ ପ୍ରେସର୍‌ରକୁ ସନ୍ତୁଳିତ ରଖେ। ଏଥିରେ ଫାଇବର୍‌ ମଧ୍ୟ ରହିଛି ଯାହା କୋଲେଷ୍ଟରଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ।

    ଆଲ୍‌ଜିମର୍ସ ଭଳି ମସ୍ତିଷ୍କଜନିତ ସମସ୍ୟରୁ ଏହା କିଛି ମାତ୍ରାରେ ଉପଶମ ଦେଇଥାଏ। ଏହାକୁ ନିୟମିତ ଖାଇଲେ ମସ୍ତିଷ୍କର କାର୍ଯ୍ୟଧାରା ମଧ୍ୟ ସକ୍ରୟ ରହେ।

    ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହା ମଧ୍ୟ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଏଥିରେ ଭିଟାମିନ୍‌ କେ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ରହିଛି।

    ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ। ଏହାକୁ ଖାଇବା ଦ୍ୱାରା ବାତ ଓ ଆଣ୍ଠୁଗଣ୍ଠି ସମସ୍ୟାରୁ କିଛି ମାତ୍ରାରେ ଉପଶମ ମିଳିଥାଏ।

    କେତେକ ବ୍ୟକ୍ତିଙ୍କୁ ରାତିରେ ଠିକ୍‌ ଭାବେ ନିଦ ହୋଇ ନଥାଏ। ସେଥିପାଇଁ ପ୍ରତିଦିନ କିଛି କିଛି ଅଙ୍ଗୁର ଖାଇବା ନିହାତି ଦରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.6 ° C
    32.6 °
    32.6 °
    56 %
    2.3kmh
    25 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ