Sunday, October 18, 2026
26.3 C
Odisha

    ଘରେ ଆକ୍ୱାରିୟମ୍‌ ରଖିଛନ୍ତି ? ଜାଣିନିଅନ୍ତୁ ଏସବୁ ବାସ୍ତୁ ନିୟମ

    ଆଗକୁ ପଢନ୍ତୁ

    ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ତେବେ ଏଥିପାଇଁ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

    ଆକ୍ୱାରିୟମ୍‌ରେ ୯ଟି ମାଛ ରଖିବା ଶୁଭ ହୋଇଥାଏ। ଆଉ ସେହି ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି।ଗୋଲ୍ଡ ଫିଶ୍‌କୁ ସାଧାରଣତଃ ଧନର ପ୍ରତୀକ ବୋଲି କୁହାଯାଇଥାଏ।

    ଅନ୍ୟପକ୍ଷେ କଳାମାଛଟି ସୁରକ୍ଷାର ପ୍ରତୀକ ଭାବେ ଘରକୁ ପ୍ରବେଶ କରୁଥିବା ସମସ୍ତ ନକାରାତ୍ମକ ଊର୍ଜ୍ଜାକୁ ନିଜ ଉପରକୁ ନେଇ ଘରେ ସକାରାତ୍ମକ ପ୍ରଭାବ ବଢାଇବାକୁ ଚେଷ୍ଟା କରିଥାଏ।

    ତେଣୁ ଯଦି କେବେ ଘରେ ରଖିଥିବା ଆକ୍ୱାରିୟମ୍‌ରେ କଳାମାଛଟିକୁ ଅଚାନକ୍‌ ମରିଥିବାର ଦେଖନ୍ତି, ତା’ହେଲେ ସେହିଥିରୁ ଜାଣିଯିବେ ଯେ, ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି।

    ସଙ୍ଗେସଙ୍ଗେ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍‌ରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍‌ ମାଟିଖୋଳି ପୋତିଦେବେ।

    ସେହିପରି ଗୋଲ୍ଡ ଫିଶ୍‌ ମରିଗଲେ, ପୁଣି ନୂଆ ଗୋଲ୍ଡ ଫିଶ୍‌ ଆଣି ସେ ସ୍ଥାନରେ ରଖିଦେବେ। ଧ୍ୟାନ ରଖିବେ, ଆକ୍ୱାରିୟମ୍‌ରେ ୯ଟି ମାଛ ଯେମିତି ରହୁଥିବ। କାରଣ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    82 %
    1.6kmh
    90 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ