Thursday, October 15, 2026
21.4 C
Odisha

    ବହୁଚର୍ଚ୍ଚିତ ଭାପୁର ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ବହୁଚର୍ଚ୍ଚିତ ଭାପୁର ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଢେଙ୍କାନାଳ ଜିଲ୍ଲା ସାପୁଆ ନଦୀ ପଠାରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁକୁଟା ନାଏକ ଗିରଫ। ଦୀର୍ଘ ୨୮ ଦିନ ପରେ ସୁକୁଟାକୁ ଗିରଫ କଲା ଢେଙ୍କାନାଳ ସଦର ଥାନା ପୋଲିସ। ଏହା ସହ ହତ୍ୟା ଉଦ୍ୟମରେ ବ୍ୟବହୃତ ପଥରକୁ ବି ଜବତ କରାଯାଇଛି। ସୁକୁଟାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର। ଅପ୍ରେଲ ୨୭ରେ ଭାପୁର ଫାଣ୍ଡି ଅଞ୍ଚଳର ଜଣେ ୩୦ ବର୍ଷୀୟା ମହିଳା ଅପରାହ୍ନରେ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ। ଅଭିଯୁକ୍ତ ସୁକୁଟା ତାଙ୍କୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ମୁହଁକୁ ହାଣି ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ