Monday, October 19, 2026
21.9 C
Odisha

    ଶନି ଦେବଙ୍କୁ ଲୁହା ପ୍ରିୟ କିନ୍ତୁ ପସନ୍ଦ ନୁହେଁ ତମ୍ବା, ଜାଣନ୍ତୁ ଏହାର କାରଣ

    ଆଗକୁ ପଢନ୍ତୁ

    ଶନିବାର ଦିନ ଶନି ଦେବଙ୍କ ପୂଜା ପାଇଁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ଶନି ଦେବଙ୍କୁ ଲୁହା, ସୋରିଷ ତେଲ, କଳା ରାଶି, ନୀଳ ରଙ୍ଗର ଫୁଲ ଭଳି ଅନେକ ଜିନିଷ ପ୍ରିୟ, କିନ୍ତୁ ତମ୍ବାରେ ତିଆରି ଜିନିଷ ସେ ପସନ୍ଦ କରନ୍ତି ନାହିଁ।

    ଶନି ଦେବଙ୍କୁ କର୍ମର ଦେବତା ବୋଲି କୁହାଯାଏ। ସେ ସୂର୍ଯ୍ୟଙ୍କ ପୁତ୍ର। କିନ୍ତୁ ପିତା ଓ ପୁତ୍ର ଅର୍ଥାତ୍ ଶନି ଦେବ ଏବଂ ସୂର୍ଯ୍ୟ ଦେବଙ୍କ ମଧ୍ୟରେ ଶତ୍ରୁତାର ଭାବ ରହିଛି। ତଥାପି, ପିତା ସୂର୍ଯ୍ୟଙ୍କ ପରି ଶନି ଦେବଙ୍କଠାରେ ମଧ୍ୟ ସୂର୍ଯ୍ୟଙ୍କ ଭଳି ତେଜସ୍ୱୀ ଉଷ୍ମତା ଦେଖିବାକୁ ମିଳେ। ଶନି ଦେବଙ୍କୁ କଳା ରଙ୍ଗର ବସ୍ତୁ ଯେପରିକି କଳା କପଡ଼ା, କଳା ବିରି ଡାଲି, କଳା ରାଶି, କଳା ଫୁଲ, ସୋରିଷ ତେଲ ଏବଂ ଲୁହାରେ ତିଆରି ଜିନିଷ ପସନ୍ଦ। ଅନ୍ୟପକ୍ଷରେ ସୂର୍ଯ୍ୟ ଦେବଙ୍କୁ ଏହାର ବିପରୀତ ଜିନିଷଗୁଡ଼ିକ ପ୍ରିୟ। ଶନି ଦେବଙ୍କୁ ଲୁହାରେ ତିଆରି ଜିନିଷ ଏତେ ପ୍ରିୟ ଯେ, ତାଙ୍କ ପୂଜାରେ ଭକ୍ତମାନେ ଲୁହା ପାତ୍ରରେ ତେଲ ଅର୍ପଣ କରନ୍ତି, କିନ୍ତୁ ଶନି ଦେବଙ୍କୁ ତମ୍ବା ଧାତୁରେ ତିଆରି ଜିନିଷ ଆଦୌ ପସନ୍ଦ ନୁହେଁ। ସେଥିପାଇଁ ଶନି ଦେବଙ୍କ ପୂଜାରେ ତମ୍ବାର ବ୍ୟବହାରକୁ ବର୍ଜିତ ବୋଲି ମାନାଯାଏ। ଏହାର ପ୍ରକୃତ କାରଣ କ’ଣ, ଜାଣନ୍ତୁ।  ତମ୍ବା ହେଉଛି ସୂର୍ଯ୍ୟ ଦେବଙ୍କ ସହ ସମ୍ବନ୍ଧିତ ଧାତୁ। ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ପିତା-ପୁତ୍ରର ସମ୍ପର୍କ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଶତ୍ରୁତାର ଭାବ ରହିଛି। ଏହି କାରଣରୁ ଶନି ଦେବଙ୍କ ପୂଜାରେ ତମ୍ବା ପାତ୍ରର ବ୍ୟବହାର କରାଯାଏ ନାହିଁ। ଯଦି ଆପଣ ଶନି ଦେବଙ୍କ ପୂଜାରେ ତମ୍ବାରେ ନିର୍ମିତ ବାସନ ବ୍ୟବହାର କରନ୍ତି, ତେବେ ଏଥିପାଇଁ ଶନି ଦେବଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଧ୍ୟାନ ରଖନ୍ତୁ ଯେ, ଶନି ଦେବଙ୍କ ପୂଜାରେ ତମ୍ବା କିମ୍ବା ତମ୍ବାରେ ତିଆରି ଜିନିଷର ବ୍ୟବହାର କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ