Wednesday, April 29, 2026
42.6 C
Odisha

    ଲକ୍ଷେ ଦୀପରେ ଝଲସିଲା ବଡ଼ଦାଣ୍ଡ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିରରେ ଚାଲିଛି ଦେବ ଦୀପାବଳି ଉତ୍ସବ। ଏହି ଦେବ ଦୀପାବଳିକୁ ସ୍ମରଣୀୟ କରିବା ଏବଂ ଜଗତର କଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଜଳିଛି ଲକ୍ଷେ ଦୀପ। ରବିବାର ସନ୍ଧ୍ୟାରେ ଲକ୍ଷେ ଦୀପ ଶିଖାରେ ଝଲସିଥିଲା ସିଂହଦ୍ୱାରରୁ ଶରଧାବାଲି। ବିଶେଷକରି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଏବଂ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ହଜାର ହଜାର ଦୀପ ଜଳିବାର ଦୃଶ୍ୟ ଥିଲା ବେଶ୍‌ ନିଆରା। ବିଭିନ୍ନ ଅନୁଷ୍ଠାନ ସହଯୋଗରେ ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟର ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ସିଂହଦ୍ୱାର ଏବଂ ଶରଧାବାଲିଠାରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏବଂ ଅନ୍ୟମାନେ ଉପସ୍ଥିତ ରହି ଦୀପଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶା ଇଣ୍ଟରନ୍ୟାଶନାଲ ସେଣ୍ଟରର ସାଧାରଣ ସମ୍ପାଦକ ଉଦୟ କୁମାର ଶାନ୍ତି, ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଟ୍ରଷ୍ଟି ଭାବଗ୍ରାହୀ ଶାନ୍ତି, ଉପସଭାପତି ଇନ୍ଦିରା ମିଶ୍ର, ସୁମିତ୍ରା ପଣ୍ଡା, ଧନେଶ୍ୱର ସାହୁ ପ୍ରମୁଖ ସଦସ୍ୟ ଏହାକୁ ପରିଚାଳନା କରିଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜଳିଥିଲା। ବିଭିନ୍ନ ଥିମ୍‌ ଉପରେ ଜଳୁଥିବା ଦୀପ ବେଶ୍‌ ଆକର୍ଷଣୀୟ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.6 ° C
    42.6 °
    42.6 °
    13 %
    4.8kmh
    3 %
    Wed
    43 °
    Thu
    42 °
    Fri
    41 °
    Sat
    42 °
    Sun
    41 °

    ସମ୍ବନ୍ଧିତ