Sunday, May 31, 2026
35.2 C
Odisha

    ଲଘୁଚାପର ପ୍ରଭାବରେ କାଲିଠୁ ବଦଳିବ ପାଗ

    ଆଗକୁ ପଢନ୍ତୁ

    ୨୩ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସଦୃଶ ଲଘୁଚାପ ଅବସ୍ଥାରେ ରହିଥିଲା। ଯାହା ଆଜି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨ ଦିନ ମଧ୍ୟରେ ଏହା ତାମିଲନାଡୁ-ଶ୍ରୀଲଙ୍କା ଉପକୂଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୫ରୁ ୨୭ ତାରିଖ ମଧ୍ୟରେ ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛ। ଏହା ପ୍ରଭାବରେ ୨୫ ଓ ୨୬ ତାରିଖରେ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ୨୭ ତାରିଖରୁ ୩ ଦିନ ଧରି ଓଡ଼ିଶାର ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।
    ଅନ୍ୟପଟେ ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେଉଛି। ଆଗାମୀ ୨ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରେ ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସେହପରି କିଛି ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ। ଆଗାମୀ ୨ ଦିନ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ ରେକଡର଼୍ ହୋଇଛି। ସେହିପରି ପାହାଡିଆ ଅଞ୍ଚଳ ଜି. ଉଦୟଗିରିରେ ସର୍ବନିମ୍ନ ୮.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.2 ° C
    35.2 °
    35.2 °
    41 %
    1.9kmh
    56 %
    Sun
    37 °
    Mon
    40 °
    Tue
    41 °
    Wed
    43 °
    Thu
    44 °

    ସମ୍ବନ୍ଧିତ