Wednesday, June 24, 2026
35.5 C
Odisha

    ଲାଲୁଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଅଣାଯିବ ଦିଲ୍ଲୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରକ୍ତରେ ଶର୍କରାସ୍ତର ବୃଦ୍ଧି କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି। ଘରେ ତାଙ୍କର ଚିକିତ୍ସାା ଚାଲିଥିବା ବେଳେ ପାଟନା। ଡାକ୍ତର ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ରକ୍ତରେ ଶର୍କରା ବୃଦ୍ଧି କାରଣରୁ ଗତ ଦୁଇଦିନ ହେବ ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥାଶ ଭଲ ନାହିଁ। ସେ ଅସୁସ୍ଥ ହୋଇପଡିଛନ୍ତି ବୁଧବାର ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଯାହାକୁ ଦେଖିବା ପରେ ପାଟନା ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଛନ୍ତି।

    ଗତ ବର୍ଷ ସେପ୍ଟେମ୍ବର ମାସରେ ଲାଲୁ ପ୍ରସାଦ ଯାଦବଙ୍କର ମୁମ୍ବାଇରେ ଏଞ୍ଜିଓପ୍ଲାଷ୍ଟି ହୋଇଥିବା ‌ବେଳେ ୨୦୨୨ ମସିହାରେ ସିଙ୍ଗାପୁରରେ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଲାଲୁ ପ୍ରସାଦ ଯାଦବଙ୍କ ସାନ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିଥିଲେ । କେବଳ ଏତିକି ନୁହେଁ ୨୦୧୪ ମସିହାରେ ଲାଲୁଙ୍କ ଓପନ୍ ହାର୍ଟ ସର୍ଜରୀ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    35.5 ° C
    35.5 °
    35.5 °
    37 %
    0.7kmh
    49 %
    Wed
    33 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ