Wednesday, May 14, 2025
34.3 C
Odisha

    ଲୋଭ; ବିଧବା ମା’କୁ ମାରି କରି କାନ୍ଥରେ ପୋତି ଦେଲା ପୁଅ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୁଅ ଧନ ଲୋଭରେ ବିଧବା ମା’ଙ୍କୁ ହତ୍ୟା କରି ମୃତଦେହକୁ କାନ୍ଥରେ ଲୁଚାଇ ରଖିଥିଲା । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କୋତଓ୍ଵାଲି ଥାନା ଅଞ୍ଚଳର ଜଣେ ଯୁବକ ଗତ ୬ ତାରିଖରେ ତାଙ୍କ ମା’ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ପୁଅକୁ ପଚରାଉଚରା କରିବା ପରେ ମାମଲା ରୁଜୁ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକଙ୍କୁ ବୁଧବାର, ମେ ୯ ରାତିରେ ସନ୍ଦେହରେ ପଚରାଉଚରା କରାଯାଇଥିଲା । ପ୍ରଥମେ ସେ କିନ୍ତୁ ପୋଲିସକୁ ବିଭ୍ରାନ୍ତ କରୁଥିଲେ ମଧ୍ୟ କଡ଼ା ପଚରାଉଚରା ପରେ ସେ ମା’କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ସେ କାହିଁକି ତାଙ୍କ ମା’ ସହ ଏପରି କଲା ତାହା ମଧ୍ୟ ସାମ୍ନାକୁ ଆସିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ମୃତଦେହକୁ କାନ୍ଥରେ ପୋତି ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ପୁଅ ନିଜର ଅପରାଧ ସ୍ୱୀକାର କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    34.3 ° C
    34.3 °
    34.3 °
    38 %
    4kmh
    47 %
    Wed
    31 °
    Thu
    41 °
    Fri
    43 °
    Sat
    45 °
    Sun
    45 °

    ସମ୍ବନ୍ଧିତ