Saturday, June 20, 2026
36.9 C
Odisha

    ଲୋଭ; ବିଧବା ମା’କୁ ମାରି କରି କାନ୍ଥରେ ପୋତି ଦେଲା ପୁଅ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୁଅ ଧନ ଲୋଭରେ ବିଧବା ମା’ଙ୍କୁ ହତ୍ୟା କରି ମୃତଦେହକୁ କାନ୍ଥରେ ଲୁଚାଇ ରଖିଥିଲା । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କୋତଓ୍ଵାଲି ଥାନା ଅଞ୍ଚଳର ଜଣେ ଯୁବକ ଗତ ୬ ତାରିଖରେ ତାଙ୍କ ମା’ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୋଗକାରୀ ପୁଅକୁ ପଚରାଉଚରା କରିବା ପରେ ମାମଲା ରୁଜୁ ହୋଇଥିଲା । ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଦୀପକଙ୍କୁ ବୁଧବାର, ମେ ୯ ରାତିରେ ସନ୍ଦେହରେ ପଚରାଉଚରା କରାଯାଇଥିଲା । ପ୍ରଥମେ ସେ କିନ୍ତୁ ପୋଲିସକୁ ବିଭ୍ରାନ୍ତ କରୁଥିଲେ ମଧ୍ୟ କଡ଼ା ପଚରାଉଚରା ପରେ ସେ ମା’କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ସେ କାହିଁକି ତାଙ୍କ ମା’ ସହ ଏପରି କଲା ତାହା ମଧ୍ୟ ସାମ୍ନାକୁ ଆସିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ମୃତଦେହକୁ କାନ୍ଥରେ ପୋତି ଦେଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ପୁଅ ନିଜର ଅପରାଧ ସ୍ୱୀକାର କରିଛି । ପୋଲିସ ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.9 ° C
    36.9 °
    36.9 °
    32 %
    2.8kmh
    85 %
    Sat
    36 °
    Sun
    34 °
    Mon
    37 °
    Tue
    38 °
    Wed
    41 °

    ସମ୍ବନ୍ଧିତ