Saturday, October 10, 2026
21.6 C
Odisha

    ସଲମାନଙ୍କ ନାୟିକା ସାଜିବେ ରଶ୍ମିକା

    ଆଗକୁ ପଢନ୍ତୁ

    ଅଭିନେତ୍ରୀ ରଶ୍ମିକା ମନ୍ଦାନା ‘ସିକନ୍ଦର’ ଫିଲ୍ମରେ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ବିପକ୍ଷରେ ନଜର ଆସିବେ। ଆସନ୍ତା ବର୍ଷ ଇଦ୍‌ ଉପଲକ୍ଷେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ରଶ୍ମିକା ଏବଂ ସଲ୍‌ମାନଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପ୍ରଯୋଜକ ସାଜିଦ୍‌ ନାଦିଆଡ୍‌ୱାଲାଙ୍କ ତରଫରୁ ନିଜ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଗୁରୁବାର ଏହି ଘୋଷଣା କରାଯାଇଛି। ଏ. ଆର୍‌. ମୁରୁଗାଡୋସ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନ୍‌ଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ନଜର ଆସିବେ, ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା।
    ନ୍ୟାଶନାଲ କ୍ରସ୍‌ କୁହାଯାଉଥିବା ରଶ୍ମିକା ପ୍ରଥମ ଥର ପାଇଁ ସଲମାନ୍‌ଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ। ଫିଲ୍ମ ନିର୍ମାତା ସାଜିଦ ନାଦିଆଡ୍‌ୱାଲା ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସଲମାନ୍‌ ଓ ଏ. ଆର୍‌. ମୁରୁଗାଡୋସ୍‌ଙ୍କ ସହ ରଶ୍ମିକାଙ୍କ ଫଟୋ ଶେୟାର କରିଛନ୍ତି। ଏହି ପୋଷ୍ଟର କ୍ୟାପ୍‌ସନରେ ସେ ଲେଖିଛନ୍ତି, ”ସିକନ୍ଦରରେ ସଲ୍‌ମାନ ଖାନ୍‌ଙ୍କ ସହ ଅଭିନୟ କରିବାକୁ ରଶ୍ମିକା ମନ୍ଦନାଙ୍କୁ ସ୍ବାଗତ। ଇଦ୍‌ ୨୦୨୫ ଅବସରରେ ତାଙ୍କର ଅନ୍‌-ସ୍କ୍ରିନ୍‌ ମ୍ୟାଜିକ୍‌ ଦେଖିବାକୁ ଉତ୍କଣ୍ଠା ବଢ଼ି ଚାଲିଛି“। ସେପଟେ ରଶ୍ମିକା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଏହି ପୋଷ୍ଟକୁ ଶେୟାର କରିଛନ୍ତି। ‘ସିକନ୍ଦର’ ଫିଲ୍ମର ଏକ ଅଂଶ ହୋଇଥିବାରୁ ବେଶ ଖୁସିବ୍ୟକ୍ତ କରିବା ସହ ଫିଲ୍ମ ନିର୍ମାତାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏହି ଫିଲ୍ମରେ ସଲ୍‌ମାନଙ୍କ ବିପକ୍ଷରେ ନାୟିକା ହୋଇ ରଶ୍ମିକା ନିଜ କ୍ୟାରିୟରରେ ଆଉ ଏକ ସୋପାନ ଚଢ଼ିଥିବା ଅନେକ ସିନେ ସମୀକ୍ଷକ ମତ ରଖିଛନ୍ତି। ତେବେ ଉଭୟ ରଶ୍ମିକା ଏବଂ ସଲମାନ୍‌ ଜୁନ ମାସରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସଲ୍‌ମାନ ଏବଂ ସାଜିଦ ନାଦିଆଡ୍‌ୱାଲା ପୁଣିଥରେ ‘ସିକନ୍ଦର’ ଫିଲ୍ମ ସହ ଏକାଠି କାମ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଦୁହେଁ ‘କିକ୍‌’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେହିପରି ପ୍ରସିଦ୍ଧ ‘ଗଜନି’ ଫିଲ୍ମର ନିର୍ଦ୍ଦେଶକ ଆର୍‌ ମୁରୁଗାଡୋସ୍‌ ସଲ୍‌ମାନଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ