Saturday, March 14, 2026
38.1 C
Odisha

    ଶହେ ତମ ଜନ୍ମଦିନ ପୂର୍ବରୁ AIIMS-ଭୁବନେଶ୍ୱରକୁ ୩.୪ କୋଟି ଟଙ୍କା ଦାନ କଲେ ଡାକ୍ତର ଲକ୍ଷ୍ମୀ ବାଇ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :    ଆସନ୍ତା ଡିସେମ୍ବର ୫ ତାରିଖରେ ଶହେ ବର୍ଷରେ ପାଦ ଦେବା ପୂର୍ବରୁ ଓଡ଼ିଶାର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କେ. ଲକ୍ଷ୍ମୀ ବାଇ ତାଙ୍କ ଜୀବନ ବ୍ୟାପୀ ସଞ୍ଚୟରୁ ୩.୪ କୋଟି ଟଙ୍କା AIIMS-ଭୁବନେଶ୍ୱରକୁ ଦାନ କରିଛନ୍ତି। ମହିଳାଙ୍କ କର୍କଟ ରୋଗ ଚିକିତ୍ସା ସେବାକୁ ସୁଦୃଢ଼ କରିବା ପାଇଁ ସେ ଏହି ଅର୍ଥ ଦାନ କରିଛନ୍ତି। ଏହି ଅନୁଦାନ AIIMS-ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ‘ଗାଇନୋକୋଲୋଜିକାଲ୍ ଅଙ୍କୋଲୋଜି ପ୍ରୋଗ୍ରାମ୍’ ସ୍ଥାପନ କରିବାରେ ସାହାଯ୍ୟ କରିବ ବୋଲି ଡାକ୍ତର ଲକ୍ଷ୍ମୀ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭବିଷ୍ୟତର ବିଶେଷଜ୍ଞମାନଙ୍କୁ ତାଲିମ ଦେବା ସହ କର୍କଟ ସହ ଲଢ଼ୁଥିବା ମହିଳାଙ୍କ ପାଇଁ ଉନ୍ନତ ଚିକିତ୍ସା ବିକଳ୍ପ ଯୋଗାଇବ।

    ପଚାଶ ବର୍ଷରୁ ଅଧିକ ସମୟ ଧରି ସେ ଓଡ଼ିଶାର ମହିଳାମାନଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅନବଦ୍ୟ ଯୋଗଦାନ ଦେଇଛନ୍ତି। ସେ ଡିସେମ୍ବର ୫, ୧୯୨୬ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୪୫ ବ୍ୟାଚ୍‌ରେ SCB ମେଡିକାଲ୍ କଲେଜର ପ୍ରଥମ MBBS ବ୍ୟାଚ୍‌ର ଛାତ୍ରୀ ଥିଲେ। ୧୯୫୦ରେ ଡାକ୍ତରୀ ଡିଗ୍ରୀ ହାସଲ ପରେ ସେ ମାଡ୍ରାସ ମେଡିକାଲ୍ କଲେଜରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗରେ DGO ଏବଂ MD ଡିଗ୍ରୀ ହାସଲ କରିଥିଲେ। ସେ ଆମେରିକାର ଜନ୍ସ ହପକିନ୍ସ ହସ୍ପିଟାଲ୍‌ରୁ MPH ଡିଗ୍ରୀ ମଧ୍ୟ ଲାଭ କରିଥିଲେ। ୧୯୫୦ରେ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରୁ ତାଙ୍କର ବୃତ୍ତିଗତ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ସେ ୧୯୮୬ରେ MKCG ମେଡିକାଲ୍ କଲେଜ, ବ୍ରହ୍ମପୁରରୁ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ପ୍ରଫେସର ଭାବରେ ଅବସର ନେଇଥିଲେ। ତାଙ୍କୁ ଲେଡି ଏମିନେନ୍ସ ଅଫ୍ ସାଉଥ୍ ଓଡ଼ିଶା, ଭାରତ ଜ୍ୟୋତି ପୁରସ୍କାର, ଇଣ୍ଟରନ୍ୟାସନାଲ୍ ଫ୍ରେଣ୍ଡସିପ୍ ସୋସାଇଟି ସ୍ୱୀକୃତି ଏବଂ ଶ୍ରେଷ୍ଠ ଭାରତୀୟ ନାଗରିକ ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ