Monday, September 14, 2026
23.5 C
Odisha

    ଶୁଭଫଳ ପ୍ରାପ୍ତି ନିମନ୍ତେ ଘରକୁ ଆଣନ୍ତୁ ଏହି ଜିନିଷ

    ଆଗକୁ ପଢନ୍ତୁ

    ଦୀର୍ଘଦିନ ଧରି ଆର୍ଥିକ ଅନଟନ ଲାଗି ରହିବା, ସମ୍ପର୍କରେ ମନୋମାଳିନ୍ୟ ଦେଖାହେବା, ଲଗାତାର କଳି ଝଗଡ଼ା ଲାଗି ରହିଲେ ଘରେ ବାସ୍ତୁ ଦୋଷ ଥାଇପାରେ ବୋଲି କୁହାଯାଏ। ବାସ୍ତୁ ଅନୁଯାୟୀ ଏଭଳି କିଛି ଜିନିଷ ରହିଛି, ଯାହାକୁ ଘରକୁ ଆଣିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହ ସୁଖସମୃଦ୍ଧି ଆସିଥାଏ। ସେସବୁ ଜିନିଷ ହେଉଛି –

    ଧାତୁରେ ତିଆରି କଇଁଛ ଆଣି ଘରେ ରଖିବା ଦ୍ବାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଯଦି ମିଶ୍ରିତଧାତୁର କଇଁଛ ଆଣୁଛନ୍ତି, ତେବେ ତାହାକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହା ପରିବାରରେ ଖୁସିର ମାହୋଲ୍‌ ସୃଷ୍ଟି କରିଥାଏ।
    ଧାତୁ କିମ୍ବା ସ୍ଫଟିକର ପିରାମିଡ୍‌ ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।
    ମୋତିଶଙ୍ଖ ଘରକୁ ଆଣିବା ଶୁଭ। ଏହାଦ୍ବାରା ଘରେ ଧନବୃଦ୍ଧି ହୋଇଥାଏ। ଏହାକୁ ପୂଜା କରିବା ପରେ ଘରର ଆଲମାରୀରେ ରଖନ୍ତୁ। ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।
    ମୟୂର ପୁଚ୍ଛ ବେଶ୍‌ ଚମତ୍କାରୀ। ତିନୋଟି ମୟୂର ପୁଚ୍ଛ ଘରେ ରଖିବା ଦ୍ବାରା ଭାଗ୍ୟରେ ଉନ୍ନତି ହେବା ସହ ସବୁ ବାଧାବିଘ୍ନ ଦୂର ହୋଇଥାଏ ବୋଲି କୁହାଯାଏ।
    ଲାଫିଙ୍ଗ୍‌ ବୁଦ୍ଧ ଘରକୁ ଆଣି ଉତ୍ତର-ପୂର୍ବ କୋଣରେ ରଖନ୍ତୁ। ଲାଫିଙ୍ଗ୍‌ ବୁଦ୍ଧ ରଖିବା ଦ୍ବାରା ଘରେ ଧନର ଅଭାବ ରୁହେ ନାହିଁ ବୋଲି କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ