Monday, October 5, 2026
24.7 C
Odisha

    ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ। ସମୟ କମ୍‌ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଏହି ନିଷ୍ପତ୍ତି ନିଆଯାଇଛି।ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ରଥଯାତ୍ରା ଏକାଠି ପଡୁଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନବଯୌବନ ଦର୍ଶନ ବନ୍ଦ ସହ ପହଣ୍ଡି ଟିକେଟ୍‌ ମଧ୍ୟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି। ଏଥି ସହିତ ସେହିଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମଧ୍ୟ ମନା କରାଯାଇଛି। ନୀତି ସବ୍‌-କମିଟି ଏବଂ ଛତିଶା ନିଯୋଗର ଯୁଗ୍ମ ବୈଠକ‌ରେ ରଥଯାତ୍ରାଠୁ ନୀଳାଦ୍ରି ବିଜେ ଯାଏ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ୟବସ୍ଥାବଳୀରେ ମୋହର ବାଜିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ପରିଚାଳନା କମିଟି ବୈଠକରେ ମୋହର ଲାଗିଛି । ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ