Monday, September 14, 2026
23.9 C
Odisha

    ସମ୍ବଲପୁର ଲୋକ ମହୋତ୍ସବର ଆୟୋଜନକୁ ନେଇ ଥମୁନି ବିବାଦ

    ଆଗକୁ ପଢନ୍ତୁ

    ସମ୍ବଲପୁର:ଆସନ୍ତା ଜାନୁଆରୀ ୨୦୨୫ରେ ଆୟୋଜିତ ହେବାକୁ ଥିବା ସମ୍ବଲପୁର ଲୋକମହୋତ୍ସବ ପାଇଁ ଚାଲିଥିବା ବିବାଦ ଥମିବାର ନାମ ଧରୁନି।ଏହି ମହୋତ୍ସବର କମିଟି ଚୟନକୁ ନେଇ ବିଭିନ୍ନ ଦାବି ସମ୍ମୁଖକୁ ଆସୁଥିବା ବେଳେ ଶନିବାର ଲୋକମହୋତ୍ସବର ସଂଯୋଜକ ଦାୟିତ୍ୱ ପଦ୍ମଶ୍ରୀ ବିଜେତା କିମ୍ବା ଅଣରାଜନୈତିକ ବ୍ୟକ୍ତିଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଛି। ଯୁବନେତା ଦେବାଶିଷ ପୁରୋହିତ ଓ ସୌରଭ ରଞ୍ଜନ ମହାପାତ୍ର ଏକ ପ୍ରେସ ବିବୃତ୍ତି ଦେଇ କହିଛନ୍ତି ଯେ, ସମ୍ବଲପୁର ଲୋକ ମହୋତ୍ସବ ଓଡ଼ିଶାର ଜନପ୍ରିୟ ଏବଂ ଗୌରବମୟ ସାଂସ୍କୃତିକ ଆୟୋଜନ ମଧ୍ୟରୁ ଗୋଟିଏ। ଏହା ସମଗ୍ର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ଜିଲ୍ଲାର ସଂସ୍କୃତିକ ପରମ୍ପରା, ଲୋକ କଳା, ଭାଷା, ସାହିତ୍ୟ ଏବଂ ଗୀତ-ନୃତ୍ୟକୁ ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆୟୋଜନ କରାଯାଏ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ବଲପୁରୀ ସଂସ୍କୃତିକୁ ସୁରକ୍ଷା କରିବା ଏବଂ ଏହାକୁ ବିଶ୍ବ ଦରାରରେ ସ୍ଥାନ ଦେବା। ଲୋକମହୋତ୍ସବର ଆରମ୍ଭ ୧୯୯୭ ମସିହାରେ କରାଯାଇଥିଲା। ସେଥିପାଇଁ ସମ୍ବଲପୁରରେ ପ୍ରତି ବର୍ଷ ଏହି ମହୋତ୍ସବ ଜନ ସମୁଦାୟ, ଅଭିନେତା, କଳାକାର, ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ଦୃଶ୍ୟମାନ ହୋଇଥାଏ। ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ସମ୍ବଲପୁରୀ ନୃତ୍ୟ, ଗୀତ, ବାଦ୍ୟ ଏବଂ ସ୍ଥାନୀୟ ଜନଜାତିୟ ସଂସ୍କୃତିର ମିଶ୍ରଣ। ମହୋତ୍ସବରେ ସ୍ଥାନୀୟ ଏବଂ ବାହାରୁ ଆସିଥିବା ଅନେକ କଳାକାର ତାଙ୍କର ପ୍ରତିଭା ପ୍ରଦର୍ଶନ କରନ୍ତି। ଅତିଥିମାନଙ୍କ ପାଇଁ ଜାତୀୟ ସ୍ତରର ସଂଗୀତ, ନୃତ୍ୟ, ଏବଂ ଗୀତର ପରିବେଷଣ କରାଯାଇଥାଏ। ସମ୍ବଲପୁରୀ ବାନ୍ଧ କଳା ଏବଂ ସ୍ଥାନୀୟ ଖାଦ୍ୟପଦାର୍ଥ ଏଠାରେ ବିଶେଷ ଆକର୍ଷଣ।ଏହି କାର୍ଯ୍ୟକ୍ରମ ପାଇଁ ପ୍ରତିବର୍ଷ ପରି ଗତ ବୁଧବାରରେ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ଦେଇଥିବା ପ୍ରସ୍ତାବ ଗୁଡିକ ମଧ୍ୟରୁ ଲୋକମହୋତ୍ସବ ପାଇଁ ଏହାର ପାଣ୍ଠି ଦେଢ଼ ଗୁଣ ବୃଦ୍ଧି ଓ ଲୋକମହୋତ୍ସବକୁ ତିନ ଦିନରୁ ପାଞ୍ଚ ଦିନକୁ ବୃଦ୍ଧି ସ୍ବାଗତ ଯୋଗ୍ୟ ଅଟେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଚଳିତ ବର୍ଷ ଏହି ବୈଠକରେ ଅନେକ ବିଶଙ୍ଖଳା ଦେଖିବାକୁ ମିଳିଥିଲା। କିଛି ନ୍ୟାସ୍ତ ସ୍ୱକ୍ଷର୍ଥ ମୁଷ୍ଟିମେୟ ରାଜନୈତିକ ବ୍ୟକ୍ତି ବିଶେଷ ଏହି ମଞ୍ଚକୁ ଏକ ରାଜନୈତିକ ଆଖଡ଼ାରେ ପରିଣତ କରିବା ପାଇଁ ବିଫଳ ପ୍ରୟାସ କରିଥିଲେ। ବିଶେଷ କରି ଏହି ମଞ୍ଚ ରାଜନୈତିକ ମଞ୍ଚ ନ ହେଉ। ସେଥିପାଇଁ ଏହି କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ବ ଜଣେ ସମ୍ବଲପୁରୀ ସାହିତ୍ୟ,ଭାଷା, ସଂସ୍କୃତି, ଲୋକକଳା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ତଥା ସମସ୍ତ ପ୍ରକାର ବିବାଦରୁ ଊର୍ଦ୍ଧ୍ବରେ ଓ ସମସ୍ତଙ୍କ ଦ୍ବାରା ଗ୍ରହଣୀୟ ହୋଇଥିବା ସହ ଜଣେ ଅଣ ରାଜନୈତିକ ବ୍ୟକ୍ତି ହେଲେ ଏହି ମଞ୍ଚର ଗାରିମା ବୃଦ୍ଧି ପାଇବ। ଏହି କ୍ଷେତ୍ରରେ ପାରଦର୍ଶିତା ଥିବା ଯୋଗୁଁଁ ଜାତୀୟସ୍ତରର ସମ୍ମାନ ପଦ୍ମଶ୍ରୀ ଉପାଧି ପାଇ ଅନେକ କଳାକାର ସମ୍ବଲପୁର ପାଇଁ ଗୌରବ ଆଣଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ସ୍ୱନାମଧନ୍ୟ ପଦ୍ମଶ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ବ ଦିଆଯିବା ଉଚିତ୍ ବୋଲି ଯୁବନେତା ଶ୍ରୀ ପୁରୋହିତ ଓ ଶ୍ରୀ ମହପାତ୍ର ଏକ ମିଳିତ ପ୍ରେସ ବିବୃତ୍ତୀରେ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ