Friday, October 2, 2026
22.9 C
Odisha

    ରାଜ୍ୟଗୋଷ୍ଠୀ କରାଟେ ରେ ଓଡ଼ିଶାକୁ ୪ ସ୍ୱର୍ଣ୍ଣ ସହ ୧୧ ପଦକ

    ଆଗକୁ ପଢନ୍ତୁ

    କଟକ: ଦକ୍ଷିଣ ଆଫ୍ରିକାର ଡର୍ବାନରେ ଚାଲିଥିବା ୧୧ତମ ରାଜ୍ୟଗୋଷ୍ଟୀ କରାଟେ ଚମ୍ପିଆନସିପରେ ଓଡ଼ିଶା କରାଟେକାମାନେ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ମୋଟ୍‌ ୧୧ଟି ପଦକ ଜିତିଛନ୍ତି। ସୁରୋମିତା ସିହ୍ନା ବ୍ୟକ୍ତିଗତ କାଟା ଓ ଦଳଗତ କାଟାରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୨୧ ବର୍ଷରୁ କମ୍‌ ବାଳକ କୁମିତେରେ ଶୁଭକାନ୍ତ ବିଶ୍ବାଳ ସ୍ବର୍ଣ୍ଣ, ସିନିୟର ମହିଳା ଦଳଗତ କାଟାରେ ଭାଲିନା ଭାଲେଣ୍ଟିନା, ସୁରୋମିତ ସିହ୍ନା, ସୁପ୍ରିୟା ମହାନ୍ତି ସ୍ବର୍ଣ୍ଣ, ୨୧ ବର୍ଷରୁ କମ୍‌ ବାଳିକା ବ୍ୟକ୍ତିଗତ କାଟାରେ ସୁରୋମିତା ସିହ୍ନା ଓ କ୍ୟାଡେଟ୍‌ ମହିଳା ବ୍ୟକ୍ତିଗତ କାଟାରେ ଆଲିଶା ସୁବୁଦ୍ଧି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୁନିୟର ପୁୁରୁଷ ଦଳଗତ କାଟାରେ ସୂର୍ଯ୍ୟପ୍ରକାଶ ଘଡେଇ ଓ ଆର୍ଯ୍ୟବ୍ରତ ବିଶ୍ବାଳ, ଜୁନିୟର ମହିଳା ଦଳଗତ କାଟାରେ ପ୍ରିୟଦର୍ଶିନୀ ସାହୁ, ସୁପ୍ରିୟା ମହାନ୍ତି, ଆମିଶି ଝା ଓ ତମନ୍ନା ମେହେର ରୌପ୍ୟ ପଦକ ଜିତିଛନ୍ତି। ସିନିୟର ପୁରୁଷ କୁମିତେରେ ଋତେଶ ରୟ, ସିନିୟର ମହିଳା କୁମିତେରେ ଲୋମା ସ୍ବାଇଁ, ବ୍ୟକ୍ତିଗତ ସିନିୟର ମହିଳା କାଟାରେ ଭାଲେନା ଭାଲେଣ୍ଟିନା, କ୍ୟାଡେ୍‌ଟ୍‌ ବାଳକ ବ୍ୟକ୍ତିଗତ କାଟାରେ ପୁନିତ କୁମାର ମହନ୍ତ ଓ ୨୧ ବର୍ଷରୁ କମ୍‌ ବ୍ୟକ୍ତିଗତ ପୁରୁଷ କାଟାରେ ବେଦାନ୍ତ ଦାସ କାଂସ୍ୟ ପଦକ ଜିତିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାରୁ ୧୬ଜଣ କରାଟେକା ଅଂଶଗ୍ରହଣ କରିଛନ୍ତି। ପଦକ ବିଜେତା ଖେଳାଳିମାନଙ୍କୁ ରାଜ୍ୟ କରାଟେ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ