Tuesday, January 13, 2026
27.1 C
Odisha

    ସମ୍ମମରେ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୩/୦୯ : ଡାକ୍ତରଖାନାରେ ରେକର୍ଡଗୁଡ଼ିକୁ ସଠିକ୍ ଭାବେ ସଂରକ୍ଷିତ ରଖିବାର ଆବଶ୍ୟକତାକୁ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଗତ ମଙ୍ଗଳବାର ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଚଳିତ ବର୍ଷର ପ୍ରସଙ୍ଗ ‘ଏମ୍‌ପାୱାରିଂ ହେଲ୍‌ଥ ଥ୍ରୁ ଆକ୍ୟୁରେଟ୍ ରେକର୍ଡ୍ସ’ କୁ ନେଇ ହସ୍ପିଟାଲ୍‌ର କର୍ମଚାରୀଙ୍କ ନିମନ୍ତେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ମେଡିକାଲ୍ ରେକର୍ଡ ଗୁଡ଼ିକର ସଂଗ୍ରହ, ସଂରକ୍ଷଣ ଏବଂ ସଠିକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିବା ସହ ଏହି ବିଭାଗଟି ହସ୍ପିଟାଲର କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁରୂପେ ତୁଲାଇବା ନିମନ୍ତେ ଏହାର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଥାଏ ବୋଲି କହିଥିଲେ। ଏହି ଅବସରରେ ହସ୍ପିଟାଲର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ମେଡିକାଲ ରେକର୍ଡ୍ସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ, ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଡାକ୍ତର ସେଠୀ ମେଡିକାଲ ରେକର୍ଡ ଗୁଡ଼ିକୁ ସଂରକ୍ଷଣ କରିବା ନେଇ ଏହାର ଆଇନ୍‌ଗତ ଦିଗ ଉପରେ ବକ୍ତବ୍ୟ ରଖିବା ସହ ବ୍ରିଗେଡିୟର (ଡ) ମିଶ୍ର ମେଡିକାଲ୍ ରେକର୍ଡର ଡିଜିଟାଲାଇଜେସନ୍ ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ରତିକାନ୍ତ ବାରିକ ଦୈନନ୍ଦିନ ମେଡିକାଲ୍ ରେକର୍ଡ ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    21 %
    4.2kmh
    0 %
    Tue
    25 °
    Wed
    28 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ