Sunday, September 20, 2026
30.5 C
Odisha

    ସରକାରଙ୍କ ବଡ଼ ଘୋଷଣା, ୨୫ବର୍ଷ କାମ କରିଥିଲେ ପେନସନରେ ମିଳିବ ୫୦ପ୍ରତିଶତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ପେନସନ ଯୋଜନା ସମ୍ପର୍କରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି। ସରକାର କହିଛନ୍ତି ଯେ, ୨୫ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ ମିଳିବ। ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ।
    କ୍ୟାବିନେଟ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଥିବାବେଳେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯେଉଁମାନେ ୧୦ବର୍ଷ ସେବା କରିଛନ୍ତି ସେମାନେ ୧୦ହଜାର ଟଙ୍କା ପେନସନ ପାଇବେ। ଯଦି କର୍ମଚାରୀଙ୍କ ଚାକିରିବେଳେ ମୃତ୍ୟୁ ହୋଇଥାଏ ତେବେ ସେମାନଙ୍କ ସ୍ତ୍ରୀଙ୍କୁ ୬୦ ପ୍ରତିଶତ ପେନସନ ମିଳିବ। ପ୍ରତି ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରିବେ ବୋଲି ସରକାର କହିଛନ୍ତି। କର୍ମଚାରୀଙ୍କ ଉପରେ ଏହି ଯୋଜନାର କୌଣସି ବୋଝ ରହିବ ନାହିଁ । ୟୁପିଏସ ଅନୁସାରେ ଯଦି ଜଣେ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାମ କରିଛନ୍ତି, ତେବେ ସେ ପେନସନ ଭାବରେ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ହାରାହାରି ବେତନର ୫୦ ପ୍ରତିଶତ ପାଇବେ। ପେନସନଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୬୦ ପ୍ରତିଶତ ପେନସନ ମିଳିବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମସ୍ତ ଏନପିଏସ ଲୋକଙ୍କୁ ୟୁପିଏସକୁ ଯିବାର ବିକଳ୍ପ ମିଳିବ। ଏହା ସମସ୍ତଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ଯେଉଁମାନେ ଅବସର ଗ୍ରହଣ କରିଛନ୍ତି କିମ୍ବା ଆରମ୍ଭରୁ NPS ଅଧୀନରେ ଅବସର ନେବାକୁ ଯାଉଛନ୍ତି। ଏଥିପାଇଁ ସରକାର ବକେୟା ଅର୍ଥ ଦେବେ। ୨୦୦୪ରୁ ଅବସର ନେଇଥିବା କର୍ମଚାରୀମାନେ ମଧ୍ୟ ଏହି ସୁବିଧା ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ